ଦେଶରେ ଦୈନିକ ସଂକ୍ରମଣ ଟପିଲା ୨.୫୯ଲକ୍ଷ
ନୂଆଦିଲ୍ଲୀ : ଦେଶରେ ଦିନକରେ ଦୈନିକ ସଂକ୍ରମଣ ୨.୫୯ଲକ୍ଷ ଟପିଛି। ଆଉ ୨ ଲକ୍ଷ ୫୯ ହଜାର ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦,୩୧,୯୯୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୪ ହଜାର ୨୦୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୯୧ ହଜାର ୩୩୧ରେ ପହଞ୍ଚିଛି। ୨୪ ଘଣ୍ଟାରେ ୩ ଲକ୍ଷ ୫୭ ହଜାର ୨୯୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୨୭,୧୨,୭୩୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୩୦,୨୭,୯୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Comments are closed.