ମୁମ୍ବଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୧୩ ମାଓବାଦୀ ନିହତ ହୋଇଛନ୍ତି। ମହାରାଷ୍ଟ୍ର ପୁଲିସର ସି-୬୦ ୟୁନିଟ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗଡ଼ଚିରୋଲି ଜଙ୍ଗଲରେ ଏହି ଗୁଳିବିନିମୟ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗଡ଼ଚିରୋଲିର ଇଟାପାଲ୍ଲି ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହା ପରେ ପୁଲିସ ପକ୍ଷରୁ ଉକ୍ତ ଗଙ୍ଗଲରେ ମାଓବାଦୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା। ଅଭିଯାନ ସମୟରେ ପୁଲିସ ଏବଂ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ଘଟିଥିଲା। ପୁଲିସ ଘଟଣାସ୍ଥଳରୁ ୧୩ ମାଓବାଦୀଙ୍କ ମୃତଦେହ ଜବତ କରିଛି।



