www.samajalive.in
Friday, December 12, 2025
15.1 C
Bhubaneswar

‘ବାର୍‌ ଓ ବେଞ୍ଚ ମଧ୍ୟରେ ସମନ୍ୱୟ ଗୁୁରୁତ୍ବପୂର୍ଣ୍ଣ’ : କେନ୍ଦ୍ର ମନ୍ତ୍ରୀ

କଟକ : ବାର୍‌ ଏବଂ ବେଞ୍ଚ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ନ୍ୟାୟପାଳିକା ଅଧିକ କ୍ରିୟାଶୀଳ ହୋଇପାରିବ। ତେବେ ନ୍ୟାୟପାଳିକା ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ ବାଧକ ସାଜିବ ନାହିଁ। କେନ୍ଦ୍ର ସରକାର ସେଥିପାଇଁ ଗତ ଆର୍ଥିକ ବର୍ଷରେ ୯ ହଜାର କୋଟି ଟଙ୍କାର ଅନୁଦାନ ଦେଇଥିବା କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ। ହାଇକୋର୍ଟ ପରିସରରେ ମଙ୍ଗଳବାର କେନ୍ଦ୍ର ଆଇନ ମନ୍ତ୍ରୀ ପହଞ୍ଚି ଡେପୁଟି ସଲିସିଟର ଜେନେରାଲଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ କରିଥିଲେ। ଏହା ସହିତ ହାଇକୋର୍ଟ ପରିସରକୁ ବୁଲି ଦେଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ। ପରେ ହାଇକୋର୍ଟ ବାର୍‌ ଆସୋସିଏସନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବୀମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ଆଇନମନ୍ତ୍ରୀ କହିଥିଲେ ଯେ, ଦେଶ ସ୍ୱାଧୀନ ହେବାରେ ଆଇନଜୀବୀ ମାନଙ୍କର ବିଶେଷ ଭୂମିକା ଥିଲା। ଏବେ ଦେଶର ବିକାଶ ତଥା ନ୍ୟାୟ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାରେ ଆଇନଜୀବୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ ସମେତ ହାଇକୋର୍ଟର ଅନ୍ୟ ବିଚାରପତି, ବହୁ ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର୍‌ ଆସୋସିଏସନ ସଭାପତି, ସମ୍ପାଦକ କର୍ମକର୍ତ୍ତା ଏବଂ ହାଇକୋର୍ଟ ଆଇନଜୀବୀ ମାନେ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories