www.samajalive.in
Saturday, December 6, 2025
14.1 C
Bhubaneswar

ତଥ୍ୟ ପ୍ରମାଣ ନଥିଲେ ନୈତିକ କାରଣରୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବଇ: ଶ୍ୱଶୁର ଘର ଲୋକ ଯଉତୁକ ଦାବି କରୁଛନ୍ତି ଅଭିଯୋଗ ଆଣି ବୋହୁ ଆତ୍ମହତ୍ୟା କଲା। ବନ୍ଧାହେଲେ ଶ୍ୱଶୁର ଘର ଲୋକ। ସେମାନଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଅଣାଗଲା ଏବଂ ସେମାନଙ୍କୁ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ କରାଗଲା। ଉକ୍ତ ପରିବାର ଏହି ରାୟ ବିରୁଦ୍ଧରେ ବମ୍ବେ ହାଇକୋର୍ଟରେ ଅପିଲ କଲେ। ହାଇକୋର୍ଟ ତାଙ୍କ ଆବେଦନର ଶୁଣାଣି କରି ତଥ୍ୟ ପ୍ରମାଣ ନଥିଲେ କେବଳ ନୈତିକ କାରଣ ପାଇଁ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବନାହିଁ ବୋଲି କହିବା ସହିତ ପରିବାର ସଦସ୍ୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଘଟଣା ଘଟିଥିଲା ୨୦୧୦ରେ। ଔରଙ୍ଗାବାଦର ଜଣେ ଯୁବତୀ ଗଣିତରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ। ୨୦୧୦ ଜୁଲାଇ ୨୮ ତାରିଖରେ ତାଙ୍କର ବିବାହ ହେଲା। ବିବାହ ପରେ ନବଦମ୍ପତି ମହାରାଷ୍ଟ୍ରର ମାଲ୍‍ସିରାଶଠାରେ ଯୁବତୀଙ୍କ ବାପଘରେ ରହୁଥିଲେ। ସେହିବର୍ଷ ସେପ୍ଟେମ୍ବର ୬ ତାରିଖରେ ଉକ୍ତ ନବବିବାହିତାଙ୍କ ସ୍ୱାମୀ ସକାଳ ପ୍ରାୟ ୮.୩୦ରେ ଘରୁ ତାଙ୍କ ଭାଇଙ୍କ ସହିତ ଅଫିସ ବାହାରିଲେ। ନିକଟସ୍ଥ ଏକ ବସଷ୍ଟପରେ ଭାଇଙ୍କୁ ଓହ୍ଲାଇଦେଇ ସେ ଅଫିସ ଚାଲିଗଲେ। ନବବିବାହିତା ଦୀର୍ଘସମୟ କବାଟ ନଖୋଲିବାରୁ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଶେଷରେ ଘର କବାଟ ଭାଙ୍ଗି ଦେଖିବାବେଳକୁ ନବବିବାହିତା ଜଣକ ଆତ୍ମହତ୍ୟା କରିସାରିଥିଲେ। ତୁରନ୍ତ ସେମାନେ ଏ ସମ୍ପର୍କରେ ପୁଲିସକୁ ଖବର ଦେଲେ। ମହିଳାଙ୍କ ସମ୍ପର୍କୀୟମାନେ ପୁଲିସକୁ ଟେଲିଫୋନ ଯୋଗେ କହିଲେ ବିବାହ ସମୟରେ ବରଘର ଲୋକଙ୍କୁ ନଗଦ ୭୫ହଜାର ଟଙ୍କା ଏବଂ ସୁନା ଅଳଙ୍କାର ଦିଆଯାଇଥିଲା। କିନ୍ତୁ ତାହାପରେ ଶ୍ୱଶୁରଘର ଲୋକମାନେ ଉକ୍ତ ଯୁବତୀଙ୍କୁ ଅଧିକ ଯଉତୁକ ଆଣିବାକୁ ଦାବି କରୁଥିଲେ। ସେମାନଙ୍କ ଚାପ ସହିନପାରି ଶେଷରେ ନବବିବାହିତା ଆତ୍ମହତ୍ୟା କରିଛନ୍ତି। ଫଳରେ ପୁଲିସ ଶ୍ୱଶୁରଘର ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ସେମାନଙ୍କୁ ଗିରଫ କଲା ଏବଂ ସେମାନଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଦାଏର ହେଲା। ସୋଲାପୁରସ୍ଥିତ ନିମ୍ନ ଅଦାଲତ ଏହି ମାମଲାରେ ଶ୍ୱଶୁରଘର ଲୋକଙ୍କୁ ଦୋଷୀ ସାବ୍ୟସ୍ତ କଲେ। ତେବେ ଶ୍ୱଶୁର ଘର ଲୋକ ଏହା ବିରୁଦ୍ଧରେ ବମ୍ବେ ହାଇକୋର୍ଟରେ ଅପିଲ କରିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳରେ ଶୁଶୁର ଘର ପକ୍ଷର ଓକିଲ ଯୁକ୍ତିଦର୍ଶାଇ କହିଥିଲେ ଯେ ଦୁଇ ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା ଏବଂ ପୂର୍ବରୁ କେବେ ଯୁବତୀ ଜଣକ ତାଙ୍କ ପରିବାର ନିକଟରେ ଅଧିକ ଯଉତୁକ ଦାବି କଥା ଉଠାଇନଥିଲେ। ତାହାଛଡା ବିବାହର ମାତ୍ର ଦୁଇମାସ ମଧ୍ୟରେ ସେ ଆତ୍ମହତ୍ୟା କରିଛନ୍ତି। ଏଥିରୁ ଯୁବତୀ ଜଣକ ତାଙ୍କ ଇଛା ବିରୁଦ୍ଧରେ ବିବାହ କରିଥିବା ଆପାତତଃ ପ୍ରମାଣ ମିଳୁଛି। ଏହି ଅପିଲର ଶୁଣାଣି କରି ବମ୍ବେ ହାଇକୋର୍ଟର ଜଷ୍ଟିସ ସାଧନା ଏସ ଯାଦବ ଏବଂ ଜଷ୍ଟିସ ନିତିନ ଆର ବୋର୍‍କାରଙ୍କୁ ନେଇ ଗଠିତ ପୀଠ କହିଥିଲେ ଯେ ବିବାହର ମାତ୍ର ଦୁଇମାସ ମଧ୍ୟରେ ଜଣେ ସେଭଳି ଯଉତୁକ ନିର୍ଯାତନାର ଶିକାର ହେବା ଆଶଙ୍କା ଥିବାଭଳି ମନେହେଉନାହିଁ। ତାହାଛଡା ସେ ଆତ୍ମହତ୍ୟା କରିବା ସମୟରେ ନିଜ ବାପଘରେ ରହୁଥିଲେ। ତେଣୁ ଏହି ଘଟଣାରେ ଶ୍ୱଶୁର ଘର ଲୋକଙ୍କୁ କେବଳ ନୈତିକ କାରଣ ପାଇଁ ଦାୟୀ କରାଯାଇ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ଏଥିସହିତ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଶ୍ୱଶୁର ଘର ଲୋକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories