www.samajalive.in
Saturday, December 6, 2025
16.1 C
Bhubaneswar

ଦୃଢତାର ସହ ନିର୍ବାଚନ ଲଢ଼ିବୁ : ବିଜୟପାଲ ସିଂ ତୋମାର

ଭୁବନେଶ୍ବର: ମେଣ୍ଟ ହେବ ନା ହେବନି। ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ କୁ ନେଇ ସସପେନ୍ସ ଲାଗିରହିଛି। ଗତ ଦୁଇ ସପ୍ତାହ ଧରି ଭୁବନେଶ୍ବରରୁ ଦିଲ୍ଲୀ ଯାଏ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଆଜି (ଶନିବାର) ରାଜ୍ୟ ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତା​‌ରେ ବସିବାକୁ ଥିବା କୋର କମିଟି ବୈଠକରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ଥିତ ରହିବେ । ତା ସହ ରାଜ୍ୟ ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଳ ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ମିଟିଂ ଅନୁ​‌ଷ୍ଠିତ ହେବ । ଯେଉଁଥିରେ ରାଜ୍ୟ ବିଜେପି ସଭାପତି , ବରିଷ୍ଠ ବିଧାୟକ ଏବଂ ସାଂସଦମାନେ ସାମିଲ ହେବେ । ତେବେ ଶନିବାର  ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି  ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର  ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପୂରା ରଣନୀତି ସରିଛି, ବୈଠକ ପରେ  ସବୁ ଜଣାପଡ଼ିବ । ଦୃଢତାର ସହ ଆମେ  ନିର୍ବାଚନ ଲଢ଼ିବୁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories