www.samajalive.in
Friday, December 12, 2025
14.1 C
Bhubaneswar

ଛ’ଘଣ୍ଟା ଅପେକ୍ଷା ପରେ କେଜ୍ରିୱାଲଙ୍କ ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ନୂଆଦିଲ୍ଲୀ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋମବାର ବିରାଟ ଶୋଭାଯାତ୍ରା ଯୋଗୁଁ ଧାର୍ଯ୍ୟ ସମୟ ଅପରାହ୍ଣ ୩ଟା ମଧ୍ୟରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ ପାରିବା କାରଣରୁ ଏଥିରୁ ବଞ୍ଚିତ ହୋଇଥିବା କେଜ୍ରିୱାଲଙ୍କୁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ ପାଇଁ ଦୀର୍ଘ ୬ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ସନ୍ଧ୍ୟା ପ୍ରାୟ ୬.୩୦ରେ ସେ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରୁ ବାହାରିଥିଲେ। ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାରୁ ବହୁ ସଂଖ୍ୟକ ପ୍ରାର୍ଥୀଙ୍କ ଲମ୍ବାଧାଡ଼ି ଲାଗିଥିଲା। ସେଥିପାଇଁ ଟୋକନ୍‌ ବ୍ୟବସ୍ଥା କରାଯାଇଥିଲା।

ସେହି ଅନୁସାରେ କେଜ୍ରିୱାଲଙ୍କ ପାଳି ବହୁ ବିଳମ୍ବରେ ପଡ଼ିଥିଲା। ସକାଳୁ ଏଠା​‌ରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଧିକାରୀ ୪୫ନମ୍ବର ଟୋକନ୍‌ ଦେଇଥିଲେ। କାଳେ ବିଳମ୍ବ ହୋଇଯିବ ଏବଂ ତାଙ୍କୁ ସୁଯୋଗ ମିଳିବ ନାହିଁ ବୋଲି ଆଶଙ୍କା କରି କେଜ୍ରିୱାଲ ଏହା ପଛରେ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରିଥିଲେ ଓ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ସମର୍ଥକଙ୍କ ସହିତ ବସି ରହିଥିଲେ। ଆପ୍‌ ମୁଖପାତ୍ର ସୌରଭ ଭରଦ୍ବାଜ ଅଭିଯୋଗ କରିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଧାଡ଼ିରେ ପ୍ରାୟ ୩୫ଜଣ ପ୍ରାର୍ଥୀ ରହିଥିଲେ; ଯେଉଁମାନଙ୍କର ପ୍ରାର୍ଥିପତ୍ର ସଠିକ ନ ଥିଲା। ଏମିତିକି ସେମା​‌େ​‌ନ ଫୋନ୍‌ରେ କାଗଜପତ୍ର ମଗାଉଥିବା ଲକ୍ଷ୍ୟ କରାଯାଇଥିଲା। ସମୟ ଗଡ଼ାଇବା ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା ସେ କହିଥିଲେ। ଅପରପକ୍ଷରେ ଟ୍ବିଟର ଯୋଗେ ଏତେ ସଂଖ୍ୟକ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ସେମାନଙ୍କର ଆସ୍ଥା ରହିଥିବା ସେ ଦର୍ଶାଇଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories