www.samajalive.in
Saturday, December 6, 2025
15.1 C
Bhubaneswar

ଦରଦାମ ବୃଦ୍ଧି ବିରୋଧରେ ଜୁଲାଇ ୭ରୁ କଂଗ୍ରେସର ବିକ୍ଷୋଭ ସମାବେଶ

ନୂଆଦିଲ୍ଲୀ: ଦେଶରେ ଇନ୍ଧନର ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିବ। ଆଗାମୀ ଜୁଲାଇ ୭ରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ବିକ୍ଷୋଭ ସମାବେଶ କରାଯିବ। ଏହା ଜୁଲାଇ ୭ରୁ ୧୭ ପର୍ଯ୍ୟନ୍ତ ଦଶଦିନ ଧରି ଚାଲିବ। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସଂପାଦକ କେ ସି ବେଣୁଗୋପାଳ କହିଛନ୍ତି, ଦେଶବାସୀ କୋଭିଡ-୧୯ ମହାମାରୀରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବେକାରୀ ସଂଖ୍ୟା ବୃଦ୍ଧି ସହିତ ବେତନ କାଟ ଚାଲିଛି। ଏଭଳି ପରିସ୍ଥିତିରେ ଇନ୍ଧନ ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡା ଭଳି ହୋଇଛି। କଂଗ୍ରେସ ଦଳ ଏହା ବିରୋଧରେ ବ୍ଲକ, ଜିଲା ଓ ରାଜ୍ୟ ସ୍ତରରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ରାଜ୍ୟ ଶାଖାଗୁଡିକ ଏହି ବିକ୍ଷୋଭ ସମାବେଶ ଆୟୋଜନ କରିବ। ସୂଚନାଯୋଗ୍ୟ ଯେ ପେଟ୍ରୋଲ ଓ ଡିଜେଲର ଦର ପ୍ରାୟ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହୋଇଥିବାବେଳେ ଡିଜେଲ ଦର ୯୦ ଟଙ୍କାରୁ ଅଧିକ ହୋଇଛି। କଂଗ୍ରେସ ପକ୍ଷରୁ ଏହି ବିରୋଧାଭାସର ଅଂଶସ୍ୱରୂପ ଜିଲା ସ୍ତରରେ ସାଇକେଲ ଯାତ୍ରା, ଶୋଭାଯାତ୍ରା ଆୟୋଜନ କରାଯିବ। ଏଥିସହିତ ଦେଶବ୍ୟାପୀ ସମସ୍ତ ପେଟ୍ରୋଲ ପମ୍ପରେ ଦସ୍ତଖତ ସଂଗ୍ରହ ଅଭିଯାନ ମଧ୍ୟ ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories