www.samajalive.in
Saturday, December 6, 2025
23.1 C
Bhubaneswar

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ କଂଗ୍ରେସ ଦଳର ଏକ ଟିମ

ନବରଙ୍ଗପୁର : ଗତ କିଛି ଦିନ ପୂର୍ବେ ଲଗାଣ ବର୍ଷା ଫଳରେ  ନବରଙ୍ଗପୁର ଜ଼ୀଲ୍ଲା ର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବନ୍ୟାରେ ବିଶେଷ ପ୍ରଭାବିତ ହୋଇଥିଲା କୋଶାଗୁମଡା ବ୍ଲକ। ଏହି ବ୍ଲକ୍ ଅନ୍ତର୍ଗତ ଚିର୍ମା ବିଞ୍ଜିଲି,ଉକିଆପାଲି,ବରଗାଁ ପଞ୍ଚାୟତ ର ଅନେକ ଗାଁ ଇନ୍ଦ୍ରାବତୀ ନଦୀ ଏବଂ ଭସ୍କେଲ ନଦୀ କୂଳରେ ରହିଥିବାରୁ ଏହି ଗାଁ ମାନଙ୍କରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା।  ଆଜି କଂଗ୍ରେସର  ଭକ୍ତ ଦାସଙ୍କ ନେତ୍ତୃତ୍ୱରେ କଂଗ୍ରେସ ଦଳର ଏକ ଟିମ ଏହି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏହାସହ ବନ୍ୟା ପ୍ରଭାବିତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ ବନ୍ୟା ସମୟରେ ଜିଲ୍ଲା ପ୍ରଶାସନ କିଭଳି ସୁବିଧା ଯୋଗେଇ ଥିଲେ ଏହା ଉପରେ ଆଲୋଚନ କରିଥିଲେ । ଏଥିସହ ବନ୍ୟା ପରବର୍ତୀ ମୁହୂର୍ତ୍ତରେ ମଧ୍ୟ ଜିଲ୍ଲା ପ୍ରଶାସନ ର ସହାୟତା ଏବଂ ପଦକ୍ଷେପ ସମ୍ପର୍କରେ ଲୋକଙ୍କ ଠାରୁ ପଚାରି ବୁଝିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ  ବନ୍ୟା ପରେ ଠିକ ଭାବରେ କ୍ଷୟକ୍ଷତି ଆକଳନ କରି ବନ୍ୟା ବିପନ୍ନମାନଙ୍କୁ ସାହାଯ୍ୟ ଯୋଗେଇଛନ୍ତି ନା ନାହିଁ, ଏହା ଉପରେ ସ୍ଥାନୀୟ ଜନସାଧାରଣ ନେତା ଏବଂ ଦଳୀୟ କର୍ମୀ ମନଙ୍କ ସହିତ ଆଲୋଚନା କରିଥିଲେ । ଏବଂ ବନ୍ୟା ର ସଠିକ କ୍ଷୟକ୍ଷତି ଆକଳନ କରିବା ସହିତ ବନ୍ୟା ପୀଡିତ ମାନଙ୍କୁ ସାହାଯ୍ୟ ଯୋଗେଇ ଦେବାପାଇଁ ଦାବି କରିଛନ୍ତି କଂଗ୍ରେସର ଏହି ଟିମ । ଜିଲ୍ଲା ପ୍ରଶାସନ ଯଦି ଠିକ ଆକଳନ ନ କରି ସାହାଯ୍ୟ ଯୋଗେଇବାର ଟାଳଟୁଳ  ନୀତି ଅବଲମ୍ବନ କରି ପ୍ରଭାବିତ ଲୋକମାନେ ବାଦ ପଡନ୍ତି ତେବେ କଂଗ୍ରେସ ଦଳ ଆନ୍ଦୋଳନ କରିବା ବୋଲି କହିଛନ୍ତି କଂଗ୍ରେସ ର ଦୁଇ ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ଏବଂ ପ୍ରଦୀପ ମାଝୀ। ଏହି ଗସ୍ତ ସମୟରେ ନବରଙ୍ଗପୁର କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ଭୁଜବଳ ମାଝୀ, ପ୍ରମୁଖ ସାମିଲ ଥିଲେ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories