www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ବତନ ଅତିରିକ୍ତ ବାଣିଜ୍ୟକର କମିଶନର ସୁଦାମ ଚରଣ ପୃଷ୍ଟିଙ୍କ ଦେହାନ୍ତ

ବୌଦ୍ଧ: ବୌଦ୍ଧର ଅନ୍ୟତମ ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ଅତିରିକ୍ତ ବାଣିଜ୍ୟକର କମିଶନର ସୁଦାମ ଚରଣ ପୃଷ୍ଟିଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରଖାନାକୁ ନିଆଯିବା ବେଳେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ସମୟରେ ତାଙ୍କ ସହଧର୍ମିଣୀ, ତିନି ଝିଅ ,ଦୁଇ ପୁଅ ଓ ନାତିନାତୁଣି ପାଖରେ ଥିଲେ। ଭୁବନେଶ୍ୱର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱର୍ଗତ ସୁଦାମ ବାବୁ ଜଣେ କବି ଭାବରେ ନିଜ ସହପାଠୀମାନଙ୍କ ମଧ୍ୟରେ ବେଶ ଜଣାଶୁଣା ଥିଲେ। ବାଣିଜ୍ୟକର ବିଭାଗରେ କାର୍ଯ୍ୟରତ ରହିଥିବା ବେଳେ ଜଣେ କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟ ଅଧିକାରୀ ଭାବରେ ସେ ଅନେକ ସୁନାମ ଅର୍ଜନ କରିଥିଲେ। ସେଥିମଧ୍ୟରୁ ଜାମଶୋଳା ଚେକଗେଟରୁ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ନେଇଥିବା ଦୃଢ଼ ପଦକ୍ଷେପ ଅନ୍ୟତମ। ସହପାଠୀ ମାନଙ୍କ ମଧ୍ୟରୁ ଅଧ୍ୟାପକ ଅଭିନ୍ନ ସାହୁ ଏବଂ ଅନ୍ୟ ବହୁବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ବୌଦ୍ଧ ସହରର ସ୍ୱର୍ଗତ ଜଗନ୍ନାଥ ପୃଷ୍ଟିଙ୍କ ୨ପୁଅ ଓ ୪ ଝିଅଙ୍କ ମଧ୍ୟରେ ସୁଦାମ ପୃଷ୍ଟି ବଡପୁତ୍ର ଅଟନ୍ତି। ତାଙ୍କର ସାନଭାଇ ଆଇନଜିବୀ ବିଶ୍ୱେଶ୍ୱର ପୁଷ୍ଟି ବୌଦ୍ଧର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସୁଦାମଙ୍କ ବିୟୋଗ ସମ୍ବାଦରେ ବୌଦ୍ଧ ଠାରେ ମଧ୍ୟ ଶୋକ ପ୍ରକାଶ ପାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories