www.samajalive.in
Saturday, December 6, 2025
17.1 C
Bhubaneswar

କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ

ଭୁବନେଶ୍ଵର: ଆରମ୍ଭ ହୋଇଛି କଂଗ୍ରେସର ସଂକଳ୍ପ ପଦଯାତ୍ରା। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ଭୁବନେଶ୍ଵର ବିମାନବନ୍ଦରରୁ ପଦଯାତ୍ରା ଆରମ୍ଭ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ବିମାନବନ୍ଦର ନିକଟରେ ପହଞ୍ଚିବା ପରେ ତାଙ୍କ ନେତୃତ୍ଵରେ ପଦଯାତ୍ରା ଆରମ୍ଭ କରିଛି ଦଳ। ବହୁ ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ବିରାଟ ପଟୁଆରରେ ଏଥିରେ ସାମିଲ ହୋଇଛନ୍ତି। ଆଜି ପ୍ରଥ ଦିନରେ ଏହି ପଦଯାତ୍ରା ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ। ଏହାପରେ ଲିଙ୍ଗିପୁରରୁ ପିପିଲି ଚନ୍ଦନପୁର ଦେଇ ପୁରୀ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯିବ। ଫେବୃଆରୀ ୨୦ ତାରିଖ ଯାଏଁ ଚାଲିବ କଂଗ୍ରେର ଏହି ସଂକଳ୍ପ ପଦଯାତ୍ରା। ସଫଳ ଓଡ଼ିଶାର ରୂପାୟନ ସହ ଓଡ଼ିଶାର ଉନ୍ନତି କାମନା କରି ଏହି ପଦଯାତ୍ରା କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି। ଆସନ୍ତା ୨୦ ତାରିଖରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେବ ଦଳ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories