www.samajalive.in
Thursday, December 11, 2025
16.1 C
Bhubaneswar

ରତ୍ନ ଭଣ୍ଡାର ଚାବି ହଜିବା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ : କଂଗ୍ରେସ

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ସରକାର ନକଲି ଚାବି ଖୋଜିବା ପାଇଁ ଦୁଇଟି ଟିମ୍ ଗଠନ କରିଥିଲେ। କିନ୍ତୁ ଅସଲି ଚାବି ଖୋଜିବା ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇଥିଲେ ଏବଂ କମିଶନ ତାଙ୍କ ରିପୋର୍ଟ ୨୯.୧୧.୨୦୧୮ରୁ ରାଜ୍ୟ ସରକାରଙ୍କ ପାଖରେ ଦାଖଲ କରିବା ପରେ ମଧ୍ୟ ରାଜ୍ୟ ସରକାର ତଦନ୍ତ କମିଶନଙ୍କ ରିପୋର୍ଟ ବିଧାନସଭାରେ ଆଗତ କରୁଛନ୍ତି ନା ରତ୍ନ ଭଣ୍ଡାର ଖୋଲିବା ଦିଗରେ କୌଣସି ପଦକ୍ଷେପ ନେଉଛନ୍ତି । ଏଥିରୁ ସ୍ପଷ୍ଟ ବାରିହୋଇପଡ଼ୁଛି ରତ୍ନ ଭଣ୍ଡାର ଚାବି ହଜିବା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ରାଜ୍ୟବାସୀଙ୍କ ଚାପ ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ମନ୍ଦିର ପରିଚାଳନା  କମିଟିର ନିଷ୍ପତ୍ତିର ୫ବର୍ଷପରେ ମଧ୍ୟ ସରକାର ରତ୍ନଭଣ୍ଡାର ନ ଖୋଲିବା ସୂଚାଉଛି ଯେ ସରକାରଙ୍କ ଜ୍ଞାତ ସାରରେ ରତ୍ନଭଣ୍ଡାର ଲୁଟ ହୋଇଛି । ଯଦି ସରକାର ଏବଂ ସରକାରଙ୍କ ମୁଖିଆ ମୁଖ୍ୟମନ୍ତ୍ରୀ ୪.୫ କୋଟି ଓଡ଼ିଆଙ୍କୁ ନିଜର ପରିବାର ବୋଲି କହୁଛନ୍ତି ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କର ରତ୍ନ ସୁରକ୍ଷିତ ଅଛି ବୋଲି ପ୍ରମାଣ ଦେଇ କଂଗ୍ରେସର ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରନ୍ତୁ।  ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories