www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱ ବ୍ୟାଘ୍ର ଦିବସ : ରାଜ୍ୟରେ କମିଲା, ଶିମିଳିପାଳରେ ବଢ଼ିଲା ବାଘ ସଂଖ୍ୟା

ଡେସ୍କ : ଓଡ଼ିଶାରେ ମହାବଳ ବାଘ ସଂଖ୍ୟା କମିଥିବା ବେଳେ ଶିମିଳିପାଳରେ ବଢ଼ିଛି । ଶିମିଳିପାଳରେ ବାଘ ସଂଖ୍ୟା ୨ ଗୁଣା ବୃଦ୍ଧି ପାଇଛି । ରାଜ୍ୟରେ ଏବେ ମୋଟ ମହାବଳ ବାଘ ସଂଖ୍ୟା ୨୦ ରହିଛି । ତେବେ ଶିମିଳିପାଳରେ ବାଘ ସଂଖ୍ୟା  ୧୬ ରହିଛି। ୨୦୧୮ରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ୨୮ ଥିଲା । ସେହିପରି ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ବଢ଼ି ୧୬ ହୋଇଛି। ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଏହି ସୂଚନା ମିଳିଛି।

ଅନ୍ୟ ପକ୍ଷରେ  ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟୁଇଟ୍‌‌ ବାର୍ତ୍ତାରେ କହିଛନ୍ତି, ଆମ ପୃଥିବୀର ଜୈବ ବିବିଧତାକୁ ଅକ୍ଷୁର୍ଣ୍ଣ  ରଖିବା ତଥା ପରିବେଶ ଭାରସାମ୍ୟ ବଜାୟ ରଖିବା କ୍ଷେତ୍ରରେ ବାଘମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ସେହି ବନ୍ୟଜନ୍ତୁମାନଙ୍କର ଉପଯୁକ୍ତ ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେବା କ୍ଷେତ୍ରରେ ଆମର ପ୍ରତିଶ୍ରୁତିବଦ୍ଧତାକୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

- Advertisement -

ତେବେ ରାଜ୍ୟରେ ଅକ୍ଟୋବର ମାସରୁ ବାଘ ଗଣନା ଆରମ୍ଭ ହେବ। ୨ଟି ପର୍ଯ୍ୟାୟରେ ପ୍ରାୟ ଦେଢମାସ ଧରି ଗଣନା କାର୍ଯ୍ୟ ଚାଲିବ। ଟ୍ରାଞ୍ଜାକ୍ଟ ଆନାଲିସିସ୍‌‌ ଓ କ୍ୟାମେରା ଟ୍ରାପ ଜରିଆରେ ବାଘ ଗଣନା ହେବ। ବାଘ ଗଣନା ନେଇ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories