www.samajalive.in
Friday, December 12, 2025
14.1 C
Bhubaneswar

ଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ

ଭୁବନେଶ୍ୱର: ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶା ସରକାର ଯେଉଁ ଖେଳ ଖେଳୁଛନ୍ତି ସେ ନେଇ ସକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜନୈତିକ ପଣ୍ଡିତମାନେ ଯେଉଁକଥା କୁହନ୍ତି ; ଅତ୍ୟଧିକ କ୍ଷମତା ଓ ଅତ୍ୟଧିକ ବହୁ ମତ ସରକାରଙ୍କୁ ଅହଙ୍କାରୀ କରିଦିଏ। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଦୀର୍ଘ ୨୦ବର୍ଷ ହେଲା କେତେବେଳେ ବିଜେପି ପାର୍ଟି ସହିତ ଓ କେତେବେଳେ ନିଜସ୍ୱ କ୍ଷମତାରେ ପୂର୍ଣ୍ଣ ବହୁମତିରେ ଶାସନ କରିଛି। ଓଡ଼ିଶାର ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନିତି ଏବଂ ବିଭିଧ ଦୁର୍ନୀତିରେ ଲିପ୍ତ ଏ ସରକାର କୋଟି ହୃଦୟର ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ମଧ୍ୟ ଛାଡ଼ି ନାହାନ୍ତି।

ନବକଳେବର ସମୟର ଅନିୟମିତତା ହେଉ ବା ବେଦାନ୍ତକୁ ବିଶ୍ୱବିଦ୍ୱାଳୟ କରିବା ପାଇଁ ଅମୃତମଣୋହି ଜମି ଦେବା ପ୍ରସଙ୍ଗହେଉ ସବୁଠାରେ ସରକାରଙ୍କର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ଉଠିଛି। ମହାପ୍ରଭୁଙ୍କର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ କେବଳ କମିଶନ ନିଯୁକ୍ତିରେ ସରକାର ତାଙ୍କର ଦାୟିତ୍ୱ ସାରିଦେଲା ଭଳି ମନେ ହେଉଛି। ବର୍ତମାନ ୧୯୦୫ ମସିହାରୁ ଗରିବ ଭକ୍ତମାନଙ୍କର ପୁରୀରେ ରହଣି ପାଇଁ ଦାନ ସୂତ୍ରରେ ମିଳିଥିବା କୋଟି କୋଟି ଟଙ୍କାର ବଗଳା ଧର୍ମଶାଳା ସମ୍ପତିକୁ କେତେଜଣ ଲଜ ମାଲିକଙ୍କୁ ବେଆଇନ ଭାବେ ବିକ୍ରି କରିଛନ୍ତି। ଶ୍ରୀ ମନ୍ଦିର ଚାରିପାଖରେ ୭୫ମିଟର ଜାଗାକୁ ଖାଲି କରିବା ପାଇଁ ସରକାର ଅନେକ ବ୍ୟକ୍ତିଗତ ଜମିକୁୁ ଅଧିଗ୍ରହଣ କରିଛନ୍ତି ଓ ସେମାନଙ୍କୁ ମଧ୍ୟ ସରକାରୀ ତହବିଲରୁ ବଜାର ମୁତାବକ ଅର୍ଥ ପ୍ରଦାନ କରାଯାଇଛି। କିନ୍ତୁ ଏବେ କେତେଜଣ ମୃଷ୍ଟିମେୟ ସରକାରୀ ଅଧିକାରୀ ଏହାକୁ କିଛି ବ୍ୟବସାୟୀଙ୍କ ହାତରେ ଟେକିଦେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ। ଖାଲି ସେତିକି ନୁହେଁ ମୁଖ୍ୟ ମନ୍ତ୍ରୀଙ୍କର ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମର ହିଞ୍ଜିଳିକାଟୁ ଅଞ୍ଚଳରୁ ହଜାର ହଜାର ଟ୍ରକ ବାଲି ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବାର ବିରୋଧ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିବା ଗ୍ରାମବାସୀଙ୍କ ଉପରେ ପୋଲିସ୍‍ର ଲାଠି ଚାଳନା ନେଇ ଉଦ୍‍ବେଗ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ। ଏନେଇ ଆଇନ ମନ୍ତ୍ରୀ ବା ରାଜସ୍ୱ ମନ୍ତ୍ରୀ ତାଙ୍କର ମତ ସ୍ପଷ୍ଟ କରିବା ପାଇଁ ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜି ଏଭଳି ଦୁର୍ନତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ ପଟ୍ଟନାୟକ।

- Advertisement -

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories