www.samajalive.in
Thursday, December 11, 2025
13.1 C
Bhubaneswar

କରୋନା ରିପୋର୍ଟକୁ ନେଇ ଦ୍ବନ୍ଦ, ମେଡିକାଲ ରିପୋର୍ଟ ମିଥ୍ୟା କହିଲେ ବିଡ଼ିଓ

ଗୋପାଳପୁର: ରଗେଂଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ପଞ୍ଚାୟତ ଅଧିନସ୍ଥ ଅନ୍ତରବାଟିଆ ଗ୍ରାମର ଦୁଇ ଯୁବକ ସେମାନଙ୍କ କୋଭିଡ ରିପୋର୍ଟ କୁ ନେଇ ଦ୍ବନ୍ଦରେ ଥିବା ନେଇ ଆଲୋଚନା ଜୋର ଧରିଛି। ଅନ୍ତରବାଟିଆ ଗ୍ରାମରେ ଗତ ୨୦ ତାରିଖ ଦିନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ କ୍ୟାମ୍ପ କରାଯିବା ସହ ଲୋକଙ୍କ ସ୍ବାବ ନମୂନା ସଂଗ୍ରହ କରାଯାଇଥିଲା। ଏହି କ୍ରମରେ ଆଜି ସକାଳେ ପ୍ରଶାସନ ପକ୍ଷରୁ ଗ୍ରାମର ଦୁଇ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଫୋନ ଯୋଗେ ସମିତି ସଭ୍ୟ ଭାରତୀ ଦାସଙ୍କ ସମେତ ଦୁଇ ଯୁବକଙ୍କୁ ଅବଗତ କରାଯାଇଥିଲା। ଏହା ଜଣାପଡିବା ପରେ ଉଭୟ ଯୁବକ ବ୍ରହ୍ମପୁର ବଡ ମେଡିକାଲ ପହଞ୍ଚି ସେଠାରେ ନିଜର ସ୍ବାବ ନମୂନା ପରୀକ୍ଷା ନିମନ୍ତେ ପ୍ରଦାନ କରିଥିଲେ। ନମୂନା ପ୍ରଦାନର ୪୫ ମିନିଟ ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାଇବା ସହ ଏକ ପ୍ରେସକିସସ୍ପନରେ ନେଗେଟିଭ ଲେଖି ପ୍ରଦାନ କରିଥିଲେ।

ମଧ୍ୟାହ୍ନ ସମୟରେ ଅଂଗନବାଡୀ କର୍ମୀ ଓ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଉଭୟ ଯୁବକଙ୍କ ଘରେ ପହଞ୍ଚି ସେମାନଙ୍କୁ ଔଷଧ ଦେବାକୁ ଚାହିଁବାରୁ ଦୁଇ ଯୁବକ ସେମାନେ ନେଗେଟିଭ ଥିବା କହିବା ସହ ଔଷଧ ଫେରାଇ ଦେଇଥିବା ଜଣାପଡିଛି। ଏହି ଘଟଣା ପରେ ଉଭୟ ଯୁବକ ପ୍ରଶାସନ ପକ୍ଷରୁ ଟେଷ୍ଟ ରିପୋର୍ଟ ଭୁଲ ଥିବା ନେଇ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଉକ୍ତ ଦୁଇ ଯୁବକଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛି, କିନ୍ତୁ ସେମାନଙ୍କ ପକ୍ଷରୁ ବଡ଼ମେଡ଼ିକାଲରୁ ଅଣାଯାଇଥିବା ରିପୋର୍ଟ ମିଥ୍ୟା ଥିବା ତଦନ୍ତ ବେଳେ ଜାଣିବାକୁ ମିଳିଥିବା ନାଗଭୂଷଣ ସୂଚନା ଦେଇଛନ୍ତି। ଏହା ସହ ଏ ନେଇ କନିଷି ତହସିଲଦାର ତାପସ ରାଉତଙ୍କ ସମେତ ବଡ଼ମେଡ଼ିକାଲ ଅଧିକ୍ଷକଙ୍କ ଯୋଗାଯୋଗ କରିଥିବା ବେଳେ ଏପରି ମିଥ୍ୟା ରିପୋର୍ଟ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପୁଲିସରେ ଲିଖିତ ଅଭିଯୋଗ କରାଯାଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।

- Advertisement -

କିନ୍ତୁ ଗ୍ରାମର ଦୁଇ ଯୁବକଙ୍କ ସହ ଏହା ନେଇ ଯୋଗାଯୋଗ ବେଳେ ସେମାନେ ପ୍ରକାଶ କରିଥିଲେ ଯେ ସେମାନଙ୍କ ଠାରେ କରୋନାର କୈାଣସି ଲକ୍ଷଣ ନଥିବାରୁ ସେମାନେ ଆଜି ସକାଳେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ପହଞ୍ଚି ସେଠାରେ ସେମାନଙ୍କ ସ୍ବାବ ନମୁନା ପରୀକ୍ଷା ନିମନ୍ତେ ଦେଇଥିଲେ ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହଁ ସେମାନଙ୍କ ପ୍ରେସକିସ୍ପିସନରେ ରିପୋର୍ଟ ନେଗେଟିଭ ବୋଲି ଲେଖି ପ୍ରଦାନ କରିଛନ୍ତି। ଏହି ଘଟଣା ନେଇ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଉପଯୁକ୍ତ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories