www.samajalive.in
Monday, December 15, 2025
26.1 C
Bhubaneswar

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗ; ଖଡ୍‌ଗେ କହିଲେ ହାଇକମାଣ୍ଡ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ବାଧୀନ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ମନ୍ତବ୍ୟ ସାଧାରଣରେ ଆଲୋଚନାର ବିଷୟ ହୋଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହଟାଇ ତାଙ୍କ ସ୍ଥାନରେ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ଦଳ ମଧ୍ୟରେ ଦାବି ଉଠିଛି। ଏପରି ଦାବି ଉପରେ ମତ ଦେଇ ଖଡଗେ ସୋମବାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ। ଖଡଗେ ନିଜେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ରହିଥିବାବେଳେ ନେତୃତ୍ବ ପରିବର୍ତ୍ତନ ନିଷ୍ପତ୍ତି ପାଇଁ ହାଇକମାଣ୍ଡଙ୍କୁ ଇଙ୍ଗିତ କରିବା ଆଲୋଚନାର ବିଷୟ ହୋଇଛି। କାରଣ ଦଳର ରାଷ୍ଟ୍ରୀୟ ସଭାପତି ହିଁ ହାଇକମାଣ୍ଡ। ମାତ୍ର ଖଡଗେ ରାଷ୍ଟ୍ରୀୟ ସଭାପତି ଥାଇ ସେ ନିଷ୍ପତ୍ତି ପାଇଁ ହାଇକମାଣ୍ଡଙ୍କୁ ଇଙ୍ଗିତ କରିଛନ୍ତି।

ଖଡଗେଙ୍କ ଏପରି ମନ୍ତବ୍ୟ ପରେ ବିଜେପି ପ୍ରଶ୍ନ କରିଛି ଯେ ଖଡଗେ ଯଦି କଂଗ୍ରେସର ହାଇକମାଣ୍ଡ ନୁହନ୍ତି ତେବେ କିଏ ହାଇକମାଣ୍ଡ। ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ କହିଛନ୍ତି ଯେ କଂଗ୍ରେସର ହାଇକମାଣ୍ଡ ଜଣେ ଭୂତ। ଏହି ଭୂତ ହାଇକମାଣ୍ଡ ଅଗୋଚରରେ ସମସ୍ତ ଦଳୀୟ ନିଷ୍ପତ୍ତି ନେଇଥାନ୍ତି। ଏହି ଭୂତ ହାଇକମାଣ୍ଡ କଣ ନିଷ୍ପତ୍ତି ନେବେ ତାହା କେହି କହିପାରିବେ ନାହିଁ। ଅନ୍ୟପଟେ କର୍ଣ୍ଣାଟକ ସରକାରରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଚାଲିଥିବାବେଳେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂ‌େର୍ଯ୍ୟୱାଲା ରାଜ୍ୟ ଗସ୍ତ କରିଛନ୍ତି। ସୂ‌େର୍ଯ୍ୟୱାଲାଙ୍କ ଗସ୍ତ ସମ୍ପର୍କରେ ଖଡଗେଙ୍କୁ ପ୍ରଶ୍ନ କରାଯାଇଥିବାବେଳେ ସେ ଏବାବଦରେ ଅବଗତ ନଥିବା କହିଛନ୍ତି। ତେବେ ସୂ‌େର୍ଯ୍ୟୱାଲା ରାଜ୍ୟସ୍ଥିତି ବାବଦରେ ତଥ୍ୟ ସଂଗ୍ରହ କରିବାକୁ ଆସିଥିବା ଜଣାଯାଇଛି। ମାତ୍ର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ସୂ‌େର୍ଯ୍ୟୱାଲା ରାଜ୍ୟରେ ଦଳର ସଂଗଠନକୁ ମଜଭୁତ କରିବାକୁ ଆସିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories