www.samajalive.in
Sunday, December 7, 2025
14.1 C
Bhubaneswar

ଆଜିଠୁ ବଢ଼ିବ ଟ୍ରେନ୍‌ ଟିକଟ ମୂଲ୍ୟ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ସୋମବାର ଟ୍ରେନ୍‌ ଟିକଟ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୧ରୁ ଏହି ବର୍ଦ୍ଧିତ ଭଡ଼ା ଲାଗୁ ହେବ। ଯାତ୍ରୀ ସେବା ଉନ୍ନତ କରିବା ଓ ଯାତ୍ରୀ ଭଡ଼ା ଗଣନାକୁ ସରଳ କରିବା ପାଇଁ ଟିକଟ ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ଲୋକାଲ (ଉପନଗରୀୟ) ଟ୍ରେନ୍‌ ଭଡ଼ା ଓ ମାସିକ ଟିକଟ ଭଡ଼ା (ଏମ୍‌ଏସ୍‌ଟି) ଅପରିବର୍ତ୍ତିତ ରହିଛି। ନୂଆ ଯାତ୍ରୀ ଭଡ଼ା ଜୁଲାଇ ୧ରୁ କିଣାଯାଇଥିବା ଟିକଟ ଉପରେ ଲାଗୁ ହେବ। ତେବେ ଆଗୁଆ ବୁକ୍‌ ହୋଇଥିବା ଟିକଟ ମୂଲ୍ୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଲୋକାଲ (ଉପନଗରୀୟ) ଟ୍ରେନ୍‌ ଭଡ଼ା ଓ ମାସିକ (ସିଜନାଲ) ଟିକଟ ଭଡ଼ା ଅପରିବର୍ତ୍ତିତ ରହିଛି। ଅଣ ବାତାନୁକୁଳିତ ନିୟମିତ (ଅଣ ଉପନଗରୀୟ ଟ୍ରେନ୍‌) ଦ୍ବିତୀୟ ଶ୍ରେଣୀ ଯାତ୍ରା କ୍ଷେତ୍ରରେ କେତେକ ସର୍ତ୍ତ ସହିତ କିଲୋମିଟର ପ୍ରତି ୦.୫ ପଇସା ମୂଲ୍ୟ ବୃଦ୍ଧି ହୋଇଛି। ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇ ନ ଥିବାବେଳେ ୫୦୧ରୁ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ୫ ଟଙ୍କା, ୧୫୦୧ରୁ ୨୫୦୦ କିଲୋମିଟର ପର୍ଯ୍ୟନ୍ତ ୧୦ ଟଙ୍କା ଓ ୨୫୦୧ରୁ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ୧୫ ଟଙ୍କା ମୂଲ୍ୟ ବୃଦ୍ଧି କରାଯାଇଛି। ଶୟନ ଶ୍ରେଣୀ ଓ ପ୍ରଥମ ଶ୍ରେଣୀ ଯାତ୍ରୀ ଭଡ଼ା କିଲୋମିଟର ପ୍ରତି ୦.୫ ପଇସା ବୃଦ୍ଧି ହୋଇଛି। ସେହିପରି ଅଣ ବାତାନୁକୁଳିତ ମେଲ୍‌/ଏକ୍ସପ୍ରେସ୍‌ ସେବାରେ କିଲୋମିଟର ପ୍ରତି ଦ୍ବିତୀୟ ଶ୍ରେଣୀ ଟିକଟ ମୂଲ୍ୟ ୧ ପଇସା ବଢ଼ିଥିବାବେଳେ ଶୟନ ଶ୍ରେଣୀ ଭଡ଼ା କିଲୋମିଟର ପ୍ରତି ୧ ପଇସା ଓ ପ୍ରଥମ ଶ୍ରେଣୀ ଯାତ୍ରୀ ଭଡ଼ା କିଲୋମିଟର ପ୍ରତି ଅତିରିକ୍ତଭାବେ ୧ ପଇସା ବୃଦ୍ଧି କରାଯାଇଛି।
ସମସ୍ତ ବାତାନୁକୁଳିତ ଚେୟାର କାର୍‌, ୩ ଟାୟାର/୩-ଇକୋନୋମି, ୨ ଟାୟାର, ପ୍ରଥମ ଶ୍ରେଣୀ/ଏକ୍‌ଜିକ୍ୟୁଟିଭ ଶ୍ରେଣୀ ଟିକଟ ମୂଲ୍ୟ କିଲୋମିଟର ପ୍ରତି ୨ ପଇସା ବୃଦ୍ଧି ହୋଇଛି। ଏହି ସଂଶୋଧିତ ଟିକଟ ମୂଲ୍ୟ ସମସ୍ତ ବିଳାସପୂର୍ଣ୍ଣ ଓ ସ୍ବତନ୍ତ୍ର ସେବା ପାଇଁ ପ୍ରଯୁଜ୍ୟ ବନ୍ଦେ ଭାରତ, ତେଜସ, ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ହମ୍‌ସଫର, ଅମୃତ ଭାରତ, ଗତିମାନ, ମହାମାନା, ଜନ ଶତାବ୍ଦୀ, ଯୁବ ଏକ୍ସପ୍ରେସ୍, ଅନ୍ତ୍ୟୋଦୟ, ଏସି ଭିଷ୍ଟାଡୋମ୍ କୋଚ୍, ଅନୁଭୂତି କୋଚ୍ ଏବଂ ନିୟମିତ ଅଣ-ଉପନଗର ସେବା ଟ୍ରେନ୍‌ ଉପରେ ଲାଗୁ ହେବ। ତେବେ ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ଅତିରିକ୍ତ ଦେୟ ଏବଂ ଅତିରିକ୍ତ ଶୁଳ୍କ ଅପରିବର୍ତ୍ତିତ ରହିଛି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories