www.samajalive.in
Saturday, December 6, 2025
23.1 C
Bhubaneswar

କଂଗ୍ରେସର ବୈଦେଶିକ ବ୍ୟାପାର କମିଟିରେ ସ୍ଥାନ ପାଇଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା

ନୂଆଦିଲ୍ଲୀ : ଦେଶର ଅର୍ଥନୈତିକ,ବୈଦେଶିକ ବ୍ୟାପାର  ଓ ଜାତୀୟ ନିରାପତ୍ତା ସହ ଜଡିତ ଦଳର ନୀତି ଉପରେ ବିଚାର କରିବାକୁ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ତିନୋଟି କମିଟି ଗଠନ କରିଛି। ଏହି କମିଟି ମୋଦୀ ସରକାରଙ୍କ ବୈଦେଶିକ, ଅର୍ଥନୈତିକ ବ୍ୟାପାର ଏବଂ ଜାତୀୟ ନିରାପତ୍ତା ଉପରେ ସମୀ‍କ୍ଷା କରିବା ସହ ଦେଶର ବୈଦେଶିକ,ଅର୍ଥନୈତିକ ଓ ଜାତୀୟ ସୁରକ୍ଷା ସମ୍ବଧିତ କଂଗ୍ରେସ ଦଳ ନୀତି ଉପରେ ବିଚାର କରିବ। ଏହି କମିଟିରେ କଂଗ୍ରେସର ହେଭିୱେଟ୍‌ ନେତା ରହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମସ୍ତ ୩ କମିଟିରେ ସଦସ୍ୟ ରହିବା ସହ ବୈଦେଶିକ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।


ଅର୍ଥନୈତିକ ବ୍ୟାପାର କମିଟି

- Advertisement -

କଂଗ୍ରେସର ଅର୍ଥନୈତିକ ବ୍ୟାପାର କମିଟିରେ ମନମୋହନ ସିଂ, ପି ଚିଦାମ୍ବରମ୍, ମଲ୍ଲିକାର୍ଜୁନ୍ ଖାଡଗେ ଏବଂ ଦିଗବିଜୟ ସିଂ ଓ ଜୟରାମ ରମେଶ ଅଛନ୍ତି। ଜୟରାମ ରମେଶ ଏହି କମିଟିର ସଂଯୋଜକ ରହିଛନ୍ତି।

ବୈଦେଶିକ ବ୍ୟାପାର କମିଟି

କଂଗ୍ରେସର ବୈଦେଶିକ ବ୍ୟାପାର କମିଟିରେ ମନମୋହନ ସିଂ,ଆନନ୍ଦ ଶର୍ମା, ଶଶୀ ଥରୁର,ସଲମାନ ଖୁର୍ସିଦ୍ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକା ରହିଛନ୍ତି। ସଲମାନ ଖୁର୍ସିଦ୍ ବୈଦେଶିକ ବ୍ୟାପାର କମିଟିର ସଂଯୋଜକ ଭାବରେ ନିଯୁକ୍ତ ହୋଇଛନ୍ତି।

ଜାତୀୟ ନିରାପତ୍ତା କମିଟି

କଂଗ୍ରେସର ଜାତୀୟ ନିରାପତ୍ତା କମିଟିରେ ମନମୋହନ ସିଂ,ଗୁଲାମ ନବୀ ଆଜାଦ୍, ବୀରପ୍ପା ମୋଇଲି, ଭିନସେଣ୍ଟ ଏଚ୍ ପାଲା  ଏବଂ ଭି. ବୈଥିଲିଙ୍ଗମ୍ ରହିଛନ୍ତି। ଏହି କମିଟିରେ ଭିନସେଣ୍ଟ ଏଚ୍ ପାଲା ସଂଯୋଜକ ଭାବରେ ନିଯୁକ୍ତ ହୋଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories