www.samajalive.in
Saturday, December 6, 2025
16.1 C
Bhubaneswar

କଂଗ୍ରେସ କଳି: ନୀତି ନିଷ୍ପତ୍ତିରେ ତ୍ରୁଟି ଦଳର କର୍ମୀ ଓ ନେତାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଚେତାଇଲେ ତାରା

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ମିଡିଆ ପ୍ୟାନେଲ ତାଲିକାକୁ ନେଇ ଦେଖାଦେଇଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି ଦଳର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି। କଂଗ୍ରେସ ଦେଶର ସର୍ବପୁରାତନ ଦଳ। କଂଗ୍ରେସରେ ଲକ୍ଷ ଲକ୍ଷ କର୍ମୀ ଓ ହଜାର ହଜାର ନେତା ରହିଛନ୍ତି। ଦଳ ଭିତରେ ନୀତି ନିଷ୍ପତ୍ତିକୁ ନେଇ ଯେଉଁ ଘଟଣା ଘଟିଛି ତାହା କର୍ମୀ ଓ ନେତାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। କଂଗ୍ରେସର କମିଟି ଗଠନ ନେଇ କୌଣସି ନୀତି ନିଷ୍ପତ୍ତି ନେଲାବେଳେ ନେତା ଓ କର୍ମୀଙ୍କ ଭାବନାକୁ ବିଚାରକୁ ନେବା ଆବଶ୍ୟକ। ପୂର୍ବରୁ ବାହିନୀପତି ଓ ସୁରେଶ ରାଉତରାୟ ଗଣମାଧ୍ୟମ ମୁଖପାତ୍ର ଭାବେ ରହିଥିଲେ। ବର୍ତ୍ତମାନ ୧୬ ଜଣିଆ ତାଲିକାରେ ଦଳର କୌଣସି ବିଧାୟକଙ୍କ ନାମ ନାହିଁ। ଅନ୍ୟପକ୍ଷରେ ଉକ୍ତ ତାଲିକାକୁ ଏଆଇସିସି ଅନୁମୋଦନ କରିନାହିଁ, ଯେଉଁଥି ପାଇଁ ବିବାଦ ଦେଖାଦେଇଛି। ଓଡ଼ିଶାରେ ଏଆଇସିସି ଅନୁମୋଦନ କ୍ରମେ ଯାହାଙ୍କ ଉପରେ ନେତୃତ୍ବ ନ୍ୟସ୍ତ କରାଯାଇଛି, ସେ ଗୋଷ୍ଠୀ ବିବାଦଠାରୁ ଊର୍ଦ୍ଧ୍ବରେ ରହିବା ଦରକାର। ସହଯୋଗ ସହମତିରେ କାର୍ଯ୍ୟକଲେ କଂଗ୍ରେସ ସୁଦୃଢ ହୋଇପାରିବ ବୋଲି ଶ୍ରୀ ବାହିନୀପତି ଆଶାବ୍ୟକ୍ତ କରିଛନ୍ତି।

ପିସିସି ସଭାପତି ଯେଉଁ ମିଡିଆ ପ୍ୟାନେଲ ଘୋଷଣା କରିଛନ୍ତି, ତାହାକୁ ନେଇ କିଛି ଯୁବନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳ ଭିତରେ ଗଣତାନ୍ତ୍ରିକ ବିଚାର ଦୃଷ୍ଟିରୁ ସ୍ୱାଧୀନ ମତବ୍ୟକ୍ତ କରିବା ଅଧିକାର ରହିଛି। ତେବେ ତାହା ଦଳର ଛବିକୁ ଜନସାଧାରଣଙ୍କ ପାଖରେ ଯେଭଳି ମଳିନ ନପକାଇବ ସେଥିପାଇଁ ଦୃଷ୍ଟି ଦେବା ଜରୁରୀ। ଦଳର କେତେକ ଯୁବନେତା ପ୍ୟାନେଲ କମିଟିକୁ ନେଇ କିଛି ଆପତ୍ତି ଓ ଅଭିଯୋଗ ଉଠାଇଛନ୍ତି, ତାହା ବିଚାର କରି ସମାଧାନ କରାଯାଇ ପାରିବ। ବର୍ତ୍ତମାନ ରାଜ୍ୟରେ କଂଗ୍ରେସକୁ ନିଜର ସ୍ଥିତି ସୁଧାରି ସାଧାରଣ ଲୋକଙ୍କ ଗ୍ରହଣୀୟ ହେବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିବ। ରାଜ୍ୟ ନେତୃତ୍ୱ୍ୱଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ସୁସଂଗଠିତ ଆଭିମୁଖ୍ୟ ନେଇ କାମ ନକଲେ ତାହାର ପ୍ରଭାବ ଦଳ ଉପରେ ପଡ଼ିବ। ବିଜେପି, ବିଜେଡି କେନ୍ଦ୍ର ଓ ରାଜ୍ୟରେ ଶାସନରେ ରହିଛନ୍ତି। ସେମାନଙ୍କ ଜନବିରୋଧୀ ନୀତିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା କଂଗ୍ରେସର ମୂଳ ଲକ୍ଷ୍ୟ ହେବା ଉଚିତ୍‍ ବୋଲି ସେ କହିଛନ୍ତି। ଏଥିପାଇଁ ରାଜ୍ୟ ନେତୃତ୍ବ ସମସ୍ତଙ୍କୁ ସାଥିରେ ନେଇ କିପରି କାମ କରିବେ ସେ ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଗତ ୨୦ ବର୍ଷ ଧରି ଦଳ କ୍ଷମତା ବାହାରେ ରହିଛି। ଦଳକୁ ଶାସନ କ୍ଷମତାକୁ ଫେରାଇବାକୁ ହେଲେ ତୃଣମୂଳ ସ୍ତରରୁ କର୍ମୀ ଓ ରାଜ୍ୟ ନେତୃବର୍ଗ ସମସ୍ତେ ଦଳ ଆଦର୍ଶରେ ଚାଲିବାକୁ ପଡ଼ିବ। ଦଳଭିତରେ ଅସନ୍ତୋଷ ଜାହିର କରୁଥିବା ନେତା ହେଉ ବା କର୍ମୀଙ୍କ କଥାକୁ ବିଚାରକୁ ନେଇ ସହମତି ଭିତ୍ତିରେ ରାଜ୍ୟର ମୁଖ୍ୟ କାର୍ଯ୍ୟ କଲେ କଂଗ୍ରେସ ସଙ୍ଗଠନ ସୁଦୃଢ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ରାଜ୍ୟ କଂଗ୍ରେସ ଯେକୌଣସି କମିଟି ଗଠନ କରିବା ପୂର୍ବରୁ ନିଜର ବ୍ୟକ୍ତିଗତ ସମ୍ପର୍କକୁ ବାଦଦେଇ ଉପଯୁକ୍ତ ବ୍ୟକ୍ତି ମନୋନୟନ କରିବା ସହ ଦଳର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ହେବ। ଦଳର ସଭାପତି ଏଭିଳି ମନୋଭାବ ପୋଷଣ କଲେ କର୍ମୀ, ନେତା ଓ ଜନତାଙ୍କ କଂଗ୍ରେସ ବିଶ୍ୱାସ ଭାଜନ ହୋଇପାରିବ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories