www.samajalive.in
Wednesday, December 10, 2025
14.1 C
Bhubaneswar

କିଏ ହେବେ କଂଗ୍ରେସ ଅଧ୍ୟକ୍ଷ, ଆଜିଠୁ ପ୍ରାର୍ଥୀପତ୍ର ଦାଖଲ

ଡେସ୍କ: କିଏ ହେବେ କଂଗ୍ରେସ ଅଧ୍ୟକ୍ଷ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ବର୍ଷ ହେବ କଂଗ୍ରେସ ମଙ୍ଗୁଆଳ ବିହୀନ ହୋଇ ପଡିଥିବା ବେଳେ ନିର୍ବାଚନରେ କଂଗ୍ରେସର ଅତ୍ୟନ୍ତ ଖରାପ ପ୍ରଦର୍ଶନ, ପ୍ରମୁଖ ନେତାମାନଙ୍କ ଇସ୍ତଫା ପରେ ଅଧ୍ୟକ୍ଷ ପାଦ ପାଇଁ ନିର୍ବାଚନ ଆଗାମୀ ଦିନରେ କଂଗ୍ରେସକୁ ନୂଆ ରୂପ ଦେବା ନେଇ ଆଲୋଚନା ଆରମ୍ଭ ହୋଇଛି। ବିଶେଷ ଭାବେ, କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇବା ପରେ ଏହି ନିର୍ବାଚନରେ ଗାନ୍ଧୀ ପରିବାର କୌଣସି ପ୍ରାର୍ଥୀଙ୍କ ନାଁ ଦେବେ ନାହିଁ ବୋଲି ସୋନିଆ ଗାନ୍ଧୀଙ୍କ ଘୋଷଣା ନିରପେକ୍ଷ ନିର୍ବାଚନ ପ୍ରସଙ୍ଗକୁ ଦୃଢ଼ କରିଛି। ଆଜିଠାରୁ ଏହି ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି। ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ।

ସୂଚନା ମୁତାବକ, ଅଶୋକ ଗେହଲଟ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ଦେଖାଦେଇଛି। ଇତି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ବାଚନ ଲଢ଼ିବା ବିଷୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଦେଶର ଯାହା ପରିସ୍ଥିତି ରହିଛି, ସେ ସମୟରେ ଏକ ଦୃଢ଼ ବିରୋଧୀ ଦଳର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ସେ ପୂର୍ବରୁ ଅନେକ ଥର ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି କିନ୍ତୁ ରାହୁଲ ତାହା ଗ୍ରହଣ କରିନାହାନ୍ତି। ଚଳିତ ଥର ଗାନ୍ଧୀ ପରିବାରର କୌଣସି ବ୍ୟକ୍ତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଏହି ଅଧ୍ୟକ୍ଷ ପଦ ନିର୍ବାଚନରେ ଗାନ୍ଧୀ ପରିବାରର ଅଦୃଶ୍ୟ ସମର୍ଥନ ରହିଥିବା କୁହାଯାଉଛି। ଅନ୍ୟତମ ପ୍ରାର୍ଥୀ ଭାବେ ଶଶି ଥରୁର ଏହି ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories