www.samajalive.in
Saturday, December 6, 2025
26.1 C
Bhubaneswar

ଦରଦାମ ବୃଦ୍ଧି ପ୍ରତିବାଦରେ ମୋହନା କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ 

ମୋହନା : ସ୍ଥାନୀୟ ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ, ଖାଇବା ତେଲର ଅହେତୁକ ଦର ବୃଦ୍ଧିର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ମୋହନା ବିଜୁ କଲ୍ୟାଣ ମଣ୍ଡପ ଠାରୁ ବ୍ଲକ କଂଗ୍ରେସ କମିଟି ସଭାପତି ଶଙ୍କର ପ୍ରଧାନଙ୍କ ନେତୃତ୍ଵରେ ୫୦ରୁ ଉର୍ଦ୍ଧ୍ଵ କର୍ମୀ ଏକତ୍ରିତ ହୋଇ ହାତରେ କଂଗ୍ରେସ ପତାକା ଧରି ନାରାବାଜି କରି ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଆଦିବାସୀ ଓ ଦଳିତ ମାନଙ୍କୁ ନ୍ୟାୟ ନ ମିଳିବା, କୃଷକ ମାରଣ ନୀତି ବନ୍ଦ କରିବା, କର୍ମନିଯୁକ୍ତି ସୃଷ୍ଟି କରିବା, ନିତ୍ୟ ବ୍ୟବହୃତ ସାମଗ୍ରୀର ମୂଲ୍ୟବୃଦ୍ଧି  ବିରୋଧରେ ସ୍ଳୋଗାନ ଦେଇଥିଲେ। ଏହି ପ୍ରତିବାଦ ରାଲିରେ ଅଡବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, ବ୍ଳକ ଯୁବ କଂଗ୍ରେସ ସଭାପତି ଦେବାଶୀଷ ମଳିକ, ଲୁହାଗୁଡି ସରପଞ୍ଚ ଲକ୍ଷ୍ମୀ ଶବର, ଆଲିଗଣ୍ଡା ସରପଞ୍ଚ ବସନ୍ତ ମଳିକ, ଲୁହାଗୁଡ଼ି ସମିତି ସଭ୍ୟ ଭଗବାନ ଦଳାଇ,ପୂର୍ବତନ ମୋହନା ସରପଞ୍ଚ ରମାକାନ୍ତ ମଳିକ, ରମେଶ ବିଷୋୟୀ, ଗୌରୀଶଙ୍କର ପ୍ରଧାନୀଙ୍କ ସମେତ ବହୁ କର୍ମୀ ସାମିଲ ଥାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମାବେଶକୁ  ଚନ୍ଦ୍ରଗିରି ଜୋନ୍  କଂଗ୍ରେସ ସଭାପତି ଓ ନିର୍ମଳ ପାଲ ପରିଚାଳନା କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories