www.samajalive.in
Saturday, December 6, 2025
17.1 C
Bhubaneswar

ଗାନ୍ଧିଜୀଙ୍କ ଉପରେ ବିଜେପି ସାଂସଦଙ୍କ ବିବାଦୀୟ ମନ୍ତବ୍ୟ; କଂଗ୍ରେସ କହିଲା ବିଜେପି ନିଜ ନାଁ ବଦଳାଇ ନାଥୁରାମ ଗୋଡ୍‌ସେ ରଖୁ

ନୂଆଦିଲ୍ଲୀ: ବିଜେପି ସାଂସଦ ଅନନ୍ତ ହେଗ୍‌ଡେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ହେଗ୍‌ଡେ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧିଜୀଙ୍କୁ କିପରି ଭାରତରେ ମହାତ୍ମା ବୋଲି ଡକାଯାଉଛି ବୋଲି ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ସ୍ବାଧୀନତା ଆନ୍ଦୋଳନ ବ୍ରିଟିଶ ସରକାର ସହମତି ଏବଂ ସମର୍ଥନରେ ହୋଇଥିବା ଏକ ବଡ଼ ନାଟକ ଥିଲା। ସତ୍ୟାଗ୍ରହ ଏବଂ ଆମରଣ ଅନଶନ ବି ଗୋଟିଏ ଗୋଟିଏ ଡ୍ରାମା ଥିଲା। ଏହି ତଥାକଥିତ ନେତା ଥରେ ହେଲେ ବି ପୁଲିସ ଦ୍ବାରା ମାଡ଼ ଖାଇନାହାନ୍ତି। ଗାନ୍ଧିଜୀଙ୍କ ସ୍ବାଧୀନତା ଆନ୍ଦୋଳନ ବାସ୍ତବିକ ନ ଥିଲା। ଅନଶନ ଏବଂ ସତ୍ୟାଗ୍ରହ ଯୋଗୁ ଦେଶକୁ ସ୍ବାଧୀନତା ମିଳିଛି ବୋଲି ଲୋକେ ଭାବୁଛନ୍ତି, କିନ୍ତୁ ଏହା ସତ୍ୟ ନୁହେଁ। ବ୍ରିଟିଶ ସରକାର ସତ୍ୟାଗ୍ରହ ନୁହେଁ, ବରଂ ନିରାଶା ଯୋଗୁ ଦେଶ ଛାଡ଼ି ଚାଲିଯାଇଥିଲେ।

ହେଗ୍‌ଡେଙ୍କ ଏପରି ମନ୍ତବ୍ୟକୁ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ ମୁଖପାତ୍ର ଜୟବୀର ଶେରଗିଲ କହିଛନ୍ତି, ବିଜେପି ଭଳି ଦଳ ଯିଏ ବ୍ରିଟିଶ ସରକାର ଚାମ୍‌ଚାଗିରି କରୁଥିଲା, ତାହାଠାରୁ ଗାନ୍ଧିଜୀଙ୍କ ସାର୍ଟିଫିକେଟ୍‌ ଦରକାର ନାହିଁ। ଅନନ୍ତ ହେଗ୍‌ଡେ ସେହି ସଂଗଠନ ସହିତ ଜଡ଼ିତ, ଯିଏ ତ୍ରିରଙ୍ଗାକୁ ବିରୋଧ କରିଥିଲା, ସମ୍ବିଧାନର ବିରୋଧ କରିଥିଲା ଏବଂ ଯିଏ ଭାରତ ଛାଡ଼ ଆନ୍ଦୋଳନକୁ ବିରୋଧ କରିଥିଲା। ବିଜେପିରେ ଯେଉଁଭଳି ଭାବେ ନାଥୁରାମ ଗୋଡ୍‌ସେଙ୍କ ଭକ୍ତ ସଂଖ୍ୟା ବଢ଼ିବାରେ ଲାଗିଛି, ତାହାକୁ ଦୃଷ୍ଟିରେ ରଖି ବିଜେପି ନିଜ ଦଳର ନାଁ ବଦଳାଇ ନାଥୁ ରାମ ଗୋଡ୍‌ସେ ରଖିବା ଜରୁରୀ ବୋଲି ସେ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories