ଚିତ୍ତରଞ୍ଜନ ଦାଶଙ୍କ ବିୟୋଗରେ ସାହିତ୍ୟ ସମାଜର ଶୋକ
ଆଠଗଡ : ଆଠଗଡ ସାହିତ୍ୟ ସମାଜର ସଦସ୍ୟ ତଥା ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କର ଶନିବାର ବିଳମ୍ବିତ ରାତ୍ରିରେ ଲଣ୍ଡନଠାରେ ହୃଦ୍ଘାତରେ ପରଲୋକ ହେବା ଖବର ଶୁଣି ଆଠଗଡ ସାହିତ୍ୟ ସମାଜ ସଭ୍ୟମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ରବିବାର ସନ୍ଧ୍ୟାରେ ସାହିତ୍ୟ ସମାଜ ପୂର୍ବତନ ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଂଯୋଜନାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ସଭାପତି ଶ୍ରୀ ଦାଶ, ସଭାପତି ସୁରେଶ ଚନ୍ଦ୍ର ପରିଡା, ଉପସଭାପତି ବିଷ୍ଣୁପ୍ରସାଦ ସାହୁ, ସଂପାଦକ ଲଲାଟେନ୍ଦୁ ସେନାପତି, ସଭ୍ୟ ସୁବାସ ଚନ୍ଦ୍ର ରାଉତ, ପ୍ରମୋଦ କୁମାର ବିଶୋଇ, ଦୀପାଳି ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ବହୁମୁଖୀ ପ୍ରତିଭା ବିଶେଷ କରି ସାହିତ୍ୟ ସମାଜ ପ୍ରତି ତାଙ୍କର ଅବଦାନ ଏବଂ ଜଣେ ପରିବେଶବିତ୍ ଓ ଅବୈତନିକ ବନ୍ୟଜନ୍ତୁ ତତ୍ତ୍ୱବଧାରକ ଭାବରେ ପରିବେଶ ସୁରକ୍ଷା ତଥା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ପ୍ରଶଂସନୀୟ ଓ ପ୍ରଣିଧାନ ଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଆଠଗଡ ସାହିତ୍ୟ ସମାଜ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
Comments are closed.