www.samajalive.in
Monday, December 8, 2025
24.1 C
Bhubaneswar

ରଣବୀର ଆହ୍ଲାବାଦିଆ ଓ ସମୟ ରୈନାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବଇ: ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ, ସୋସିଆଲ ମିଡିଆ ଇନଫ୍ଲୁଏନସର ଅପୂର୍ବ ମଖିଜା, ହାସ୍ୟ କଳାକାର ସମୟ ରୈନା ଓ ‘ଇଣ୍ଡିଆଜ୍ ଗଟ୍‌ ଲାଟେଣ୍ଟ’ର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ପରିବାର ବିଷୟରେ ଅଶ୍ଳୀଳ ତଥା ବିବାଦୀୟ ମନ୍ତବ୍ୟକୁ ନେଇ ଏହି ମାମଲା ରୁଜୁ ହୋଇଛି। ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ବିବାଦ ସାମ୍ନାକୁ ଆସିବା ପରେ ମୁମ୍ବଇ ପୁଲିସର ଏକ ଟିମ୍ ଖାର୍ ଷ୍ଟୁଡିଓରେ ପହଞ୍ଚିଛି, ଯେଉଁଠାରେ ଶୋ’ର ଶୁଟିଂ କରାଯାଇଥିଲା। ଏନେଇ ସୂଚନା ଦେଇଛି ମୁମ୍ବଇ ପୁଲିସ। ଶୋ’ରେ ଅଶ୍ଳୀଳ ଭାଷାର ବ୍ୟବହାର ଅଭିଯୋଗରେ ମୁମ୍ବଇ କମିଶନର ଏବଂ ମହାରାଷ୍ଟ୍ର ମହିଳା ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଷ୍ଟାଣ୍ଡଅପ୍‌ କମେଡିଆନ୍‌ ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ ବେଶ୍‌ ଚର୍ଚ୍ଚାରେ ରହିଥାଏ। କିନ୍ତୁ ଅନେକ ଥର ଏଠାରେ ଲୋକଙ୍କୁ ବିବାଦୀୟ ପ୍ରଶ୍ନ ମଧ୍ୟ ପଚରାଯାଏ। ଆଉ ଏଥର ତ ସବୁ ସୀମା ଟପିଯାଇଛି। ଶୋ’ରେ ଏଥର ନୂଆ ଏପିସୋଡରେ ୟୁଟ୍ୟୁବର ଆଶୀଷ ଚଞ୍ଚଲାନୀ, ଅପୂର୍ବ ମଖିଜା, ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା। ଶୋ’ରେ ରଣବୀର ଆହ୍ଲାବାଦିଆ ପିତାମାତାଙ୍କୁ ନେଇ ଏପରି ପ୍ରଶ୍ନ କରିଥିଲେ ଯେ, ଯେଉଁଥିପାଇଁ ତାଙ୍କୁ ଏବେ ବହୁତ ସମାଲୋଚନା କରାଯାଉଛି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଥିବାବେଳେ ଏବେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।

- Advertisement -

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories