www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରାମାଞ୍ଚଳର ଯୁବ ଖେଳାଳିଙ୍କ ଉତ୍ସାହ ଓ ପ୍ରତିଭା ଦେଶର କ୍ରୀଡ଼ା ଭବିଷ୍ୟତକୁ ନୂଆ ଉଚ୍ଚତାକୁ ନେଇଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୩ ଦିନିଆ ତୃତୀୟ ଜାତୀୟସ୍ତରୀୟ ଏକଲ କ୍ରୀଡ଼ା ପ୍ରତିଯୋଗିତାର ସମାପନୀ ଉତ୍ସବରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଯୁବ ଖେଳାଳିଙ୍କ ଉତ୍ସାହ ଓ ପ୍ରତିଭା ଭାରତର କ୍ରୀଡ଼ା ଭବିଷ୍ୟତକୁ ନୂଆ ଉଚ୍ଚତାକୁ ନେଇଯିବ। ଏହି ପ୍ରତିଯୋଗିତା ଖେଳାଳିମାନଙ୍କୁ ସେମାନଙ୍କ ଦକ୍ଷତାକୁ ଆହୁରି ବଢ଼ାଇବାର ଏକ ଚମତ୍କାର ସୁଯୋଗ ଦେଇଛି। ଆଦିବାସୀ ଛାତ୍ରଛାତ୍ରୀମାନେ ମଧ୍ୟ ଏଭଳି ପ୍ଲାଟଫର୍ମ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି କହିଛନ୍ତି, ଏହି କାର୍ଯ୍ୟକ୍ରମ କେବଳ କ୍ରୀଡ଼ାକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ଆମ ସମାଜରେ ସମାନତା, ଏକତା ଏବଂ ଅନ୍ତର୍ଭୁକ୍ତୀକରଣକୁ ମଧ୍ୟ ସୁଦୃଢ଼ କରିଥାଏ। ଏଭଳି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ପ୍ରେରଣା ଓ ଉତ୍ସାହିତ କରିଥାଏ, ଯାହା ଦେଶର ପ୍ରଗତିରେ ଗୁରୁତ୍ବପୂର୍ଣ୍ଣ ଅବଦାନ ଦେବ।

- Advertisement -

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ଓଡ଼ିଶା ଆରଏସଏସ ସହପ୍ରାନ୍ତ ସଂଘ ଚାଳକ ମନସୁଖଲାଲ ସେଠିଆ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗ ଦେଇଥିଲେ। ଏହି ଏକଲ ଖେଳକୁଦ ଉତ୍ସବରେ ୨୫ଟି ରାଜ୍ୟରୁ ଖେଳାଳିମାନେ ଯୋଗଦେବା ସହ ୧୨୦୦ ଖେଳାଳି ଭାଗ ନେଇଥିଲେ। ୩ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍‌‌ ପରିସରରେ ୧୦୦ ଏବଂ ୨୦୦, ୪୦୦ମିଟର ଦୌଡ଼ ପ୍ରତିଯୋଗିତା, ହାଇ ଜମ୍ପ, ଲଙ୍ଗ୍ ଜମ୍ପ, କୁସ୍ତି, କବାଡି, ଯୋଗ ପ୍ରତିଯୋଗିତା କରାଯାଇଥିବା ବେଳେ ଆଜି ଏହାର ଉଦଯାନି ସମାରୋହ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories