www.samajalive.in
Sunday, December 7, 2025
26.1 C
Bhubaneswar

ଶିଳ୍ପପତି ଜେଜେଙ୍କୁ ୭୦ ଥର ଛୁରି ଭୁସି ହତ୍ୟା କଲା ନାତି

ସମାଜ ଡିଜିଟାଲ ଡେସ୍କ: କିଛି ସମ୍ପତ୍ତି ପାଇଁ ନିଜ ଜେଜେକୁ ଛୁରି ଭୁସି ହତ୍ୟା କରିଛି ନାତି। ଥରେ କି ଦୁଇଥର ନୁହେଁ, ୭୦ ଥର ଛୁରି ଭୁସି ଜେଜେକୁ ଅତି ନୃଶଂସ ଭାବେ ହତ୍ୟା କରିଛି। ତେଲଙ୍ଗାନାର ହାଇଦ୍ରାବାଦରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ପୁଲିସ ଅଭିଯୁକ୍ତ ନାତି କିଲାରୁ କିର୍ତ୍ତି ତେଜାକୁ ଗିରଫ କରିଛି।

ହତ୍ୟାର ଶିକାର ହୋଇଛନ୍ତି ଶିଳ୍ପପତି ତଥା ଭେଲଜାନ ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ଭେଲାମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓ(୮୬)। ଗତ ଗୁରୁବାର ରାତିରେ ଭେଲାମତି ଓ ତାଙ୍କ ନାତି ୨୯ ବର୍ଷୀୟ ତେଜାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରିବାର ଲୋକଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ କରୁ ନ ଥିବାରୁ ତେଜା ଜେଜେଙ୍କୁ ଗାଳିଗୁଲଜ କରିଥିଲା। ଯୁକ୍ତିତର୍କ ବଢ଼ିବାରୁ ଶେଷରେ ଜେତା ଉତ୍ତ୍ୟକ୍ତ ହୋଇ ଜେଜେଙ୍କୁ ଛୁରିରେ ଆକ୍ରମଣ କରିଥିଲା। ତାଙ୍କ ଶରୀରରେ ୭୦ରୁ ଅଧିକ ଥର ଛୁରାଘାତ କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ପରେ ପୁଲିସ ତା’କୁ ଗିରଫ କରିଛି। ତେଜା ଆମେରିକାରେ ମାଷ୍ଟର ଡିଗ୍ରୀ ଶେଷ କରିବା ପରେ ନିକଟରେ ଘରକୁ ଫେରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories