ଅପହଞ୍ଚ ଇଲାକାର ଦୁଃଖ : ରସି ମାଧ୍ୟମରେ ନାଳ ପାର ହେଉଛନ୍ତି ଆଦିବାସୀ ଛାତ୍ରଛାତ୍ରୀ

ପାତ୍ରପୁର : ପାତ୍ରପୁର ବ୍ଲକ ଦୁର୍ଗମ ବୁରାତାଲ ପଞ୍ଚାୟତର କେତେକ ଗ୍ରାମକୁ ଯିବାକୁ ହେଲେ ନଦୀ ନାଳ ପାର ହେବାକୁ ପଡୁଛି। ତେବେ ଗତକାଲି ପାଠ ପଢିବାକୁ ଆସିଥିବା ପିଲାମାନେ ଫେରିବା ବେଳେ ନାଳରେ ବନ୍ୟା ଯୋଗୁଁ ରସି ସାହାଯ୍ୟରେ ପାର ହେବାକୁ ପଡିଛି। ବୁରାତାଲ ପଞ୍ଚାୟତ କମଳାଖତ ନୂଆଁସାହି ସହିତ ପ୍ରାୟ ୧୫ଖଣ୍ଡ ଗ୍ରାମକୁ ଯିବା ପାଇଁ ହେଲେ ଜାମୁଗଣ୍ଡ ନାଳ ପାର ହେବାକୁ ପଡିଥାଏ। ଶୁକ୍ରବାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଜାମୁଗଣ୍ଡ ନାଳରେ ପାଣି ଆସି ଯାଇଥିଲା। କମଳାଖତ ନୂଆଁସାହିର ପିଲା ମାନେ ସକାଳେ ନାଳ ପାର ହୋଇ ପାଠ ପଢିବା ପାଇଁ ପୁରିଆସାହି ବିଦ୍ୟାଳୟକୁ ଯାଇଥିଲେ। ଫେରିବା ସମୟରେ ନାଳରେ ପାଣି ଆସିଯାଇଥିଲା । ନାଳରେ ଅଧିକା ପାଣି ଦେଖି ପିଲାମାନେ ପାରହୋଇ ନପାରି ଡାକ ପକାଇ ଥିଲେ । ପିଲାଙ୍କ ଡ।କଶୁଣି ଗ୍ରାମବାସୀ ଆସି ଡଉଡି ବାନ୍ଧି ପିଲାମାନଙ୍କୁ ନାଳ ପାର କରିଥିଲେ। ନାଳ ପାର ହୋଇଥିବା ଛାତ୍ରଛାତ୍ରୀ ମାନେ ହେଲେ ଏହି ଗ୍ରାମର ଗୋବିନ୍ଦ ମଣ୍ଡଳ (ପଞ୍ଚମ), ଅନନ୍ତ ଭୁୟାଁ (ଷଷ୍ଠ), ପିତାମ୍ବର ମଣ୍ଡଳ(ଷଷ୍ଠ), ବାଙ୍କିଆ ଭୁୟାଁ(ଷଷ୍ଠ), ନନ୍ଦ ରଇତ (ସପ୍ତମ)। ପ୍ରତ୍ୟେକ ଦିନ ପିଲା ମାନେ ନାଳ ପାର ହୋଇ ପାଠ ପଢିବାକୁ ଯାଉଥିବା ବେଳେ ବର୍ଷା ଦିନ ଆସିଲେ ଲୋକଙ୍କ ଚିନ୍ତା ବଢୁ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ଅସୁବିଧା ନେଇ ପୂର୍ବରୁ ଗ୍ରାମବାସୀ ଗତ ବର୍ଷ ସେପ୍ଟେମ୍ବର ମାସ ୯ ତାରିଖରେ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରି ନାଳରେ ପୋଲ ନିର୍ମାଣପାଇଁ ଦାବି ଜଣାଇ ଥିଲେ ।

kalyan agarbati

Comments are closed.