www.samajalive.in
Sunday, December 14, 2025
14.1 C
Bhubaneswar

ପାଗଳ ହୋଇ ଯାଇଛନ୍ତି କିଛି ହନୁମାଙ୍କଡ ! କାମୁଡାରେ ୩ ମହିଳା ଆହତ

ପାତ୍ରପୁର-ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ କୋଳିହଳା ଗ୍ରାମରେ ହନୁ ଆକ୍ରମଣରେ ତିନିଜଣ ମହିଳାଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି। ଏହାପରେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ତିନିଦିନ ତଳେ ଗ୍ରାମର ରିନୁ ପ୍ରଧାନ, ନିରୁପମା ପ୍ରଧାନଙ୍କୁ ହନୁ ମାଙ୍କଡ ଆକ୍ରମଣ କରିଥିବା ବେଳେ ରବିବାର ଅପରାହ୍ନରେ ଗେଲି ବେହେରା ନିଜ ଘର ବାଡିରେ ବାସନ ମାଜୁ ଥିବା ବେଳେ ଦୁଇରୁ ତିନି ଗୋଟି ହନୁ ତାଙ୍କୁ ଆକ୍ରମଣ କରିଥିଲେ। ଗୋଡ଼ ଓ ଜଙ୍ଘ କୁ କାମୁଡି ଦେଇଥିଲେ ।

ତାଙ୍କ ପାଟି ଶୁଣି ଲୋକମାନେ ପହଂଚିବା ପରେ ହନୁ ତାଙ୍କୁ ଛାଡି ଚାଲି ଯାଇଥିଲେ। ପରିବାର ଲୋକେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରାଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ, ଗତ କିଛି ଦିନ ହେବ ହନୁ ଦଳରେ ଥିବା ଦୁଇ ରୁ ଚାରି ହନୁ ପାଗଳ ହୋଇ ଯାଇଥିବା ଆଶଙ୍କା ସୃଷ୍ଟିହୋଇଛି । କିଛି ଲୋକଙ୍କ ଘର ଭିତରେ ପଶି ଆକ୍ରମଣ କରୁଥିବା ପ୍ରକାଶ କରିଛନ୍ତି । ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାସହ ଗ୍ରାମ ରେ ଥିବା ଆକ୍ରମଣ କରୁଥିବା ହନୁମାଙ୍କଡଙ୍କୁ କାବୁ କରିବା ପାଇଁ ଦାବି କରିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories