www.samajalive.in
Thursday, December 11, 2025
18.1 C
Bhubaneswar

ଆଗାମୀ ୧୦ ବର୍ଷ ଭାରତ ପାଇଁ ସୃଷ୍ଟି କରିବ ସୁବର୍ଣ୍ଣ ଅବସର : ରଙ୍ଗାସ୍ବାମୀ

ସିଲିକନ ଭ୍ୟାଲିର ଶୀର୍ଷ ପୁଞ୍ଜିପତି ତଥା ଉଦ୍ୟୋଗୀ ଏମ୍.ଆର୍.ରଙ୍ଗାସ୍ବାମୀ ଭାରତର ଭବିଷ୍ୟତକୁ ନେଇ କରିଛନ୍ତି ଆକଳନ ।  ମହାମାରୀରେ ସାରା ବିଶ୍ବ କବଳିତ ହୋଇଥିବାବେଳେ ଭାରତରେ ବିଦେଶୀ ନିବେଶ ଅତ୍ୟନ୍ତ ଉଲ୍ଲେଖନୀୟ ଭାବରେ ବଢ଼ିଛି । ଗତ କେଇମାସ ମଧ୍ୟରେ ଭାରତରେ ୨୦ ବିଲିଅନ ଡ଼ଲାର ପ୍ରତ୍ୟକ୍ଷ ପୁଞ୍ଜିନିବେଶ ହୋଇଛି । ଆଉ ଭାରତ ନିମନ୍ତେ ଏହା ହେଉଛି ଏକ ସୁବର୍ଣ୍ଣ ଅବସର । ଆଗାମୀ ୧୦ ବର୍ଷରେ ଭାରତରେ ବିପୁଳ ପୁଞ୍ଜିନିବେଶ ହେବ । ଉଦ୍ୟୋଗ, ଫାର୍ମାସିଟ୍ୟୁକାଲ, ଇ-କମର୍ସ, ନିର୍ମାଣ ପରି ୧୦ କ୍ଷେତ୍ର ପାଇଁ ଆଗାମୀ ୧୦ ବର୍ଷ ଅତ୍ୟନ୍ତ ଶୁଭପ୍ରଦ ରହିବ । ମୋଟାମୋଟି କହିଲେ ଏହି ସମୟ ଏହି କ୍ଷେତ୍ରଗୁଡ଼ିକ ନିମନ୍ତେ ‘ସୁବର୍ଣ୍ଣ ସମୟ’ ବୋଲି ରଙ୍ଗାସ୍ବାମୀ କହିଛନ୍ତି।

ଶ୍ରୀ ରଙ୍ଗାସ୍ବାମୀ ଆମେରିକାରେ ଜଣେ ‘ବେଞ୍ଚର କ୍ୟାପିଟାଲିଷ୍ଟ’ ଭାବରେ ଜଣାଶୁଣା ଓ ଜଣେ ସପ୍ଟୱେର ବିଶାରଦ ଭାବରେ ତାଙ୍କର ପରିଚିତି ରହିଛି । ଏକ ସାକ୍ଷାତକାରରେ ଶ୍ରୀ ରଙ୍ଗାସ୍ବାମୀ କହିଛନ୍ତି ଯେ ସାରା ବିଶ୍ବର ଶିଳ୍ପ ସମୁଦାୟ କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି  । ବର୍ତମାନ ସୁଦ୍ଧା ଏହି ମହାମାରୀ ୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି ।  ତେବେ ମଧ୍ୟ ଆଗାମୀ ୧୦ ବର୍ଷ ଭାରତ ପାଇଁ ବେଶ ଅନୁକୂଳ ରହିବ ଓ ଭାରତୀୟ ଶିଳ୍ପକ୍ଷେତ୍ରର ଯୋଗଦାନ ମଧ୍ୟ ଉତ୍ସାହଜନକ ରହିବାର ସଂଭାବନା ରହିଛି । ଔଷଧ ହେଉ ବା ଟେଲିମେଡ଼ିସିନ, ଇକମର୍ସ ହେଉ ବା ଲଜିଷ୍ଟିକ୍ ସବୁ କ୍ଷେତ୍ରରେ ଟେକନୋଲୋଜି ବ୍ୟବହାର ଆରମ୍ଭ ହୋଇଛି । ବଜାରର ପ୍ରତ୍ୟେକ କ୍ଷେତ୍ର, ଏପରିକି କିରାନା ଦୋକାନରେ ମଧ୍ୟ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ହୋଇ ଆସୁଛି। ଏହି ସ୍ଥିତିରୁ ଭାରତ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ । କରୋନା ମହାମାରୀ ମଧ୍ୟରେ ଭାରତରେ ନିୟମିତ ବିଦେଶୀ ନିବେଶ ବୃଦ୍ଧି ପାଇଛି । ଭାରତରେ ଗୁଗଲ ୧୦ ହଜାର ବିଲିଅନ ଡ଼ଲାର, ଫେସବୁକ୍ ୫.୭ ବିଲିଅନ ଡ଼ଲାର, ୱାଲମାର୍ଟ ୧.୨ ବିଲିଅନ ଡ଼ଲାର, ଫକ୍ସକୋନ ୧ ବିଲିଅନ ନିବେଶ କରିଛି । ଆଗାମୀ ଦିନରେ ମଧ୍ୟ ଭାରତରେ ଏପରି ଦୃଶ୍ୟ ଦେଖିବାକୁ ମିଳିବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଇ-କମର୍ସ କମ୍ପାନୀ ଆମାଜନ ଭାରତରେ ନିବେଶ ଅବ୍ୟାହତ ରଖିବ ବୋଲି ସେ କହିଛନ୍ତି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories