ନୂଆଦିଲ୍ଲୀ: ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ମିଳିଥିବା ସୂଚନା ଅନୁସାରେ, ତାଙ୍କୁ ଦିଲ୍ଲୀ ଏମ୍ସର ଭେଣ୍ଟିଲେଟରରେ ରଖାଯାଇଛି।
ସୂଚନାଯୋଗ୍ୟ, ବୁଧବାର ଜିମ୍ରେ ୱାର୍କଆଉଟ୍ କରିବା ସମୟରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ଏହାପରେ ଜିମ୍ରେ ଥିବା ଲୋକମାନେ ତାଙ୍କୁ ସଙ୍ଗେସଙ୍ଗେ ଦିଲ୍ଲୀ ଏମ୍ସକୁ ନେଇଥିଲେ। ରାଜୁ ହୃଦଘାତର ଶିକାର ହୋଇଥିବା ସେଠାକାର ଡାକ୍ତର ସ୍ପଷ୍ଟ କରିଥିଲେ।
ଅପରପକ୍ଷେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏମ୍ସ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ହାସ୍ୟ ଅଭିନେତାଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବଙ୍କ ସହ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି।



