www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଶା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ବେପରୁଆ ନୀତି; କେନାଲରେ ଲୀନ ପ୍ରାୟ ବିଦ୍ୟୁତ କଲୋନୀ ରାସ୍ତା

ବୁର୍ଲା: ବୁର୍ଲା କେନାଲ ଭଙ୍ଗା ପାଚେରୀ ଗତ ୧୩ ବର୍ଷରୁ ଊର୍ଦ୍ଧ୍ବ କାଳ ହେବ ବଡ ଅଘଟଣକୁ ଚାହିଁ ବସିଥିଲା। ବର୍ତ୍ତମାନ ପ୍ରବଳ ବର୍ଷାର ପ୍ରକୋପରେ କେନାଲର ବଢ଼଼ି ପାଣି ମାଟି ଖାଇ ଶେଷରେ ବୁର୍ଲା ବିଦ୍ୟୁତ କଲୋନୀକୁ ଯାଇଥିବା ରାସ୍ତା ପାଣିରେ ଧସି ଯାଇଥିବା ସ୍ଥାନୀୟ ବାସୀନ୍ଦାଙ୍କ ପାଇଁ ଏକ ବିପଦଜନକ ସ୍ଥିତି ସୃଷ୍ଟି କରିଛି। ଏହି ରାସ୍ତା ଗତକାଲି ରାତିରେ ପାଣିରେ ମିଳେଇ ଯାଇଛି। ସେପଟେ ବିଭାଗର ବେପରୁଆ ନୀତିର ଫଳାଫଳ ବର୍ତ୍ତମାନ ସ୍ଥାନୀୟ ବାସୀନ୍ଦାମାନେ ଭୋଗ କରିବାକୁ ଯିବା ସହିତ ତାଙ୍କ ପ୍ରତି ଏକ ବିପଦର ମାହୋଲ ସୃଷ୍ଟି କରିଛି। ଯାହା ୧୩ ବର୍ଷ ପୂର୍ବରୁ ଅନୁମାନ କରାଯାଉଥିଲା ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି।

ବୁର୍ଲା ବିଦ୍ୟୁତ କଲୋନୀକୁ ଯାଇଥିବା ରାସ୍ତା କଡ଼ରେ ଏହି କେନାଲର ପାଚେରୀ ସମୁଦାୟ ୩୦ ଫୁଟରୁ ଊର୍ଦ୍ଧ୍ବ ବିଗତ ୧୩ ବର୍ଷ ତଳେ ଭାଙ୍ଗି ଯାଇଥିଲା। ଉକ୍ତ ରାସ୍ତା ଦେଇ ଦିନତମାମ ସ୍ଥାନୀୟ ବାସୀନ୍ଦା ସମେତ ସ୍କୁଲ କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀ ତଥା ୱାନଆର କଲୋନୀ ବାସୀନ୍ଦାମାନେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥାଏ। ବର୍ତ୍ତମାନ କିଛିଦିନ ହେବ ପ୍ରବଳ ବର୍ଷା ଲାଗିରହିଥିଲା। ଫଳରେ ରାସ୍ତା କଡରେ ରହିଥିବା ମାଟିଅତଡା ମାନ ଖସିବାକୁ ଲାଗିଥିଲା। ଏହାକୁ ନେଇ ଭୟ ପ୍ରକାଶ କରିଥିଲେ ସ୍ଥାନୀୟ ବାସୀନ୍ଦା ତଥା ପଥଚାରୀ। ତେବେ ଗତକାଲି ରାତିରେ ପୂର୍ବରୁ ଲାଗିରହିଥିବା ଲୋକଙ୍କ ମନର ଭୟ ସତ୍ୟ ପ୍ରମାଣିତ ହେବା ସହିତ ବର୍ଷାପାଣିରେ ରାସ୍ତାର ପ୍ରାୟ ତିନିଭାଗରୁ ଦୁଇଭାଗ କେନାଲ ମଧ୍ୟକୁ ଧସିଯାଇଥିବା ଦେଖିବାକୁ ମିଳିଥିଲା। ଯାହାକି ଏକ ଆସନ୍ନ ବିପଦ କାରଣ। ଏହି ଲଗାଣ ଝରିବର୍ଷା ଧିରେ ଧିରେ ମାଟିକୁ ଖାଇ ଖାଇ ଶେଷରେ ସମ୍ପୂର୍ଣ୍ଣ ରାସ୍ତା ପାଣିରେ ଲୀନ ହେବା ସମ୍ଭାବନା ଉତ୍ପନ୍ନ ହେଲାଣି। ଏପରିକି ରାସ୍ତା କଡ଼ରେ ହିଁ ଅନେକ ବାସୀନ୍ଦା ବସବାସ କରୁଥିବା ବେଳେ ସେମାନେ ଏହାକୁ ନେଇ ଭୟପ୍ରକାଶ କରୁଛନ୍ତି। ରାତିରେ କଣ ଯେ ଘଟିବ ତାକୁ ନେଇ ଚିନ୍ତାରେ ରହିଛନ୍ତି।

- Advertisement -

ଏହି ବେଷ୍ଟନିକୁ ନେଇ ଚିପିଲିମା ଜଳ ବିଦ୍ୟୁତ ନିଗମର ତତ୍କାଳୀନ ଜିଏମ ଅଶ୍ୱିନୀ ମିଶ୍ର ଗତ ୨୦୧୨ ମସିହାରେ ବିଦ୍ୟୁତ କଲୋନୀ ରାସ୍ତା କଡରେ ରହିଥିବା ଭଙ୍ଗା କେନାଲ ପାଚେରୀ ବିଷୟରେ ଅବଗତ ଥିବା ଏବଂ ଏହି ଭଗ୍ନପ୍ରାୟ ପାଚେରୀର ଅବସ୍ଥାକୁ ଯଥାଶୀଘ୍ର ସମ୍ଭବ ସୁଧୁରାଯିବ ବୋଲି ‘ସମାଜ’କୁ ସୂଚନା ଦେଇଥିଲେ। ଏହା ସହିତ କାମ ମଧ୍ୟ ନିକଟ ଭବିଷ୍ୟତରେ ଟେଣ୍ଡର କରାଯାଇ କରାଯିବ ବୋଲି ମତପ୍ରକାଶ କରିଥିଲେ। ମାତ୍ର ତାହା କେବଳ କଥାରେ ହିଁ ରହିଗଲା, କାର୍ଯ୍ୟରେ ପରିଣତ ହୋଇ ପାରି ନଥିଲା। ଯାହାର କୁପରିଣାମ ବର୍ତ୍ତମାନ ସ୍ଥାନୀୟ ବାସୀନ୍ଦା ଭୋଗ କରିବାକୁ ଯାଉଛନ୍ତି। ଭଙ୍ଗା କେନାଲ ପାଚେରୀକୁ ନିର୍ମାଣ କରାଯିବା ପାଇଁ ଦାବୀ ହୋଇ ଆସୁଛି। ମାତ୍ର କୌଣସି କର୍ଣ୍ଣପାତ କରାଯାଉ ନାହିଁ। ସେପଟେ ପୁଣି ବର୍ଷାପାଣିରେ ଉପରୁ ମାଟିମାନ ନରମ ହୋଇ ମାଟି ଅତଡା ଖସିବାରେ ଲାଗିଥିବା ସ୍ଥାନୀୟ ବାସୀନ୍ଦାଙ୍କ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି। ସେହି ସମୟରେ କେନାଲ ମଧ୍ୟକୁ ପାଚେରୀ କିଛିଅଂଶ ମାନ ଝୁଲନ୍ତାମାନ ଅବସ୍ଥାରେ ରହିଥିଲା। ବିଭାଗ ଏହାପ୍ରତି ସମୟ ଥାଉ ଥାଉ ତଥା କୌଣସି ଅଘଟଣ ଘଟିବା ପୂର୍ବରୁ ଧ୍ୟାନଦେଇ ସୁବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ମହଲରେ ଦାବୀ ହେଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories