www.samajalive.in
Monday, December 15, 2025
27.1 C
Bhubaneswar

ମହାବିଦ୍ୟାଳୟରେ ଓଡ଼ିଆ ଭାଷାସାହିତ୍ୟ ସୃଜନଶୀଳତା ଉତ୍ସବ

ପିପିଲି : ଓଡ଼ିଶା ସରକାରଙ୍କ ‘ନୂଆ-ଓ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଆ ଭାଷା, ସାହିତ୍ୟ ସୃଜନଶୀଳତା ଉତ୍ସବ ବୁଧବାର ପିପିଲି ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆଡମ୍ବର ସହକାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ଓଡିଆ ସାହିତ୍ୟରେ ଶ୍ରୀଜଗନ୍ନାଥ’ ଶୀର୍ଷକ ପାଠଚକ୍ରରେ ଅତିଥି ଭାବେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡ଼ଃ ପ୍ରତିଭା କୁମାରୀ ମିଶ୍ର, ପୂର୍ବତନ ଅଧ୍ୟକ୍ଷ ଡ଼ଃ ଶିବପ୍ରସାଦ ମିଶ୍ର, ଡ଼ଃ ଶାନ୍ତନୁ କୁମାର ରଥ ପ୍ରମୁଖ ଯୋଗଦେଇ ଓଡିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା କିଭଳି ପ୍ରତିଫଳିତ ହୋଇଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡିଆ ବିଭାଗର ଅଧ୍ୟାପକ ଡ଼ଃ ଲୋକନାଥ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଭାଗ ମୁଖ୍ୟ ଡ଼ଃ ସଂଗ୍ରାମ କେଶରୀ ପରିଡ଼ା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ନୋଡାଲ ଅଫିସର ପ୍ରାଧ୍ୟାପକ ଭବେଶ ପ୍ରସାଦ ତ୍ରିପାଠୀ ଏବଂ ପ୍ରାଧ୍ୟାପକ ସଦାଶିବ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories