www.samajalive.in
Sunday, December 14, 2025
16.1 C
Bhubaneswar

ଜିଲ୍ଲାପାଳଙ୍କ ଦୂରାରୋଗୀ ବସ୍ତି ପରିଦର୍ଶନ

ଚୌଦ୍ୱାର : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୁଆସାହି ସ୍ଥିତ ଦୁରାରୋଗୀ ବସ୍ତିକୁ ଅଚାନକ ପରିଦର୍ଶନ କରି କଲୋନୀରେ ବସବାସ କରୁଥିବା ଦୂରାରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ସଂମ୍ପର୍କରେ ଆଲୋଚନା କରିଥିଲେ। ବସ୍ତିର ସଭାପତି ବାବୁଲି ରାଉତ, ଶ୍ୟାମସୁନ୍ଦର ସାହୁ, ରାଜେନ୍ଦ୍ର ସୋରେନ ପ୍ରମୁଖ ବସ୍ତିରେ ଥିବା ବାସଗୃହ ଗୁଡିକ ବିପଦସଂଙ୍କୁଳ ଅବସ୍ଥାରେ ଥିବା ଓ ସେଗୁଡିକର ତୁରନ୍ତ ମରାମତିର ଆବଶ୍ୟକତା ଥିବା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ସେମାନେ ବର୍ତ୍ତମାନ ରହୁଥିବା ଜମିକୁ ନିଜ ନାମରେ କରାଇବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଅଭିଯୋଗ ଗୁଡ଼ିକର ସମାଧାନ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେବା ସହିତ ପୁଣିଥରେ ପରିଦର୍ଶନରେ ଆସି ଅନ୍ୟାନ୍ୟ ସମସ୍ୟା ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଜିଲ୍ଲା ସ୍ୱାସ୍ଥ ଅଧିକାରୀ ସତ୍ୟବ୍ରତ ଛୋଟରାୟ, କୁଷ୍ଠ ଅଧିକାରୀ ଡା.ଦୀପା ପଟ୍ଟନାୟକ, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, ଅର୍ଣ୍ଣପୁର୍ଣ୍ଣା ସାହୁ, ପୌର ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ପୌର ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ପାଣି ପ୍ରମୁଖ ଉପସ୍ଥିତ ରହି ବସ୍ତିବାସିନ୍ଦାଙ୍କ ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା କରିଥିଲେ। ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories