www.samajalive.in
Sunday, December 14, 2025
26.1 C
Bhubaneswar

ନବକୃଷ୍ଣନଗର ଗଜଲକ୍ଷ୍ମୀ ପୂଜାରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ

ସାରନଗରୀ,: ସାରନଗରୀ ନିକଟସ୍ଥ ନବକୃଷ୍ଣ ନଗର ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ୪୦ବର୍ଷ ହେଲା ମା’ଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ନବକୃଷ୍ଣନଗର ବାସିନ୍ଦାଙ୍କ ସାହାଯ୍ୟ ଓ ସହଯୋଗରେ ଗଜଲକ୍ଷ୍ମୀ ପୂଜା ଜାକଜମକରେ ପାଳିତ ହେଉଛି । ୩ଦିନ ବ୍ୟାପୀ ସଂପୃକ୍ତ ବର୍ଣ୍ଣାଢ୍ୟ ମହୋତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ।। ଉଦ୍‌ଯାପନୀ ଉତ୍ସବରେ ବିଦ୍ୟା ଷ୍ଟଡ଼ି ପଏଣ୍ଟର ନିର୍ଦେଶକ ସରୋଜ ବେହେରା ଓ ଉତ୍କଳମଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର ସାହୁ ଯୋଗଦେଇଥିବାବେଳେ ବରିଷ୍ଠ ଶିକ୍ଷକ ବିପିନ କୁମାର ସିହ୍ନାଙ୍କ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ମହାନ୍ତି,ଅମିୟ ମହାପାତ୍ର, ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଦୀପକ ବିଶ୍ୱାଳ ଓ ଅକ୍ଷୟ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ନୃତ୍ୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ପୂଜା ମଣ୍ଡପ ନିକଟରେ ନୃତ୍ୟ,ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲ।। ବିଭିନ୍ନ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଦୁଇ ବରିଷ୍ଠ ନାଗରିକ ଅନାଦି ଚରଣ ମହାପାତ୍ର ଓ ପୁର୍ଣ୍ଣଚନ୍ଦ୍ର ରାଉତଙ୍କ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲ।। ଏହି କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ନାୟକ, ଉପେନ୍ଦ୍ର କୁମାର ସିଂ, ସୁବାଷ ବର୍ଦ୍ଧନ, ରାଜେନ୍ଦ୍ର ସାହୁ, ଉମାକାନ୍ତ ସାମଲ, ବାବିନା ବରାଳ, ପ୍ରଦୀପ୍ତ ନାୟକ, ନିତ୍ୟାନନ୍ଦ ମହାନ୍ତି, ଅଭିରାମ ସେଠୀ, ଭଗବାନ ସାମନ୍ତସିଂହାର, ତପନ ଆଚାର୍ଯ୍ୟ, ସୁରେଶ ଚନ୍ଦ୍ର ନାୟକ, ପଦ୍ମଲୋଚନ ଡ଼ୋରା, ସୁଖ ରଂଜନ ଭୂମିଜ ସମେତ ଅନ୍ୟ ସଦସ୍ୟ ସହଯୋଗ କରିଥିଲେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories