www.samajalive.in
Saturday, December 6, 2025
26.1 C
Bhubaneswar

ବାଲ୍ୟବିବାହ ମୁକ୍ତ ଗ୍ରାମର ନାବାଳିକା ଓ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଶଂସା କଲେ ଜିଲ୍ଲାପାଳ

ପାତ୍ରପୁର: ତଣ୍ଡିପୂର୍ ଗ୍ରାମପଞ୍ଚାୟତ ସାହସପୂର ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରାଯାଇଛି। ଗ୍ରାମର ଝିଅ ପ୍ରୀତି ମହାନ୍ତିଙ୍କ ବାହାଘର ପ୍ରସ୍ତାବ ଠିକ୍ ହୋଇଥିଲା । ଏହି ବିଷୟ ଜାଣିବା ପରଠାରୁ ପ୍ରୀତି ବାହାଘର ବନ୍ଦ କରିବାକୁ କହିବା ପାଇଁ କେହି ସାହସ କରି ପାରୁନଥିଲେ । ଅଙ୍ଗନୱାଡ଼ି କେନ୍ଦ୍ରରେ ନିର୍ଭୟ କଢ଼ି ଓ ବାଲ୍ୟବିବାହ ନିରୋଧ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନାବାଳିକାଜଣକ ବାହାଘର ନିଷ୍ପତ୍ତି ବିଷୟ ଅଙ୍ଗନୱାଡ଼ି କର୍ମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଙ୍ଗନୱାଡି କର୍ମୀ ସୁଜାତା ଶୁଭଦର୍ଶିନୀ ଝିଅର ମାଆ ଓ ଅଜା, ଆଈଙ୍କୁ ବୁଝାଇ ବାହାଘର ବନ୍ଦ କରିବାକୁ କହିଥିଲେ। କିନ୍ତୁ ସେମାନେ ଜିଦ୍ କରିଥିଲେ ଯେମିତି ହେଉ ଝିଅର ବାହାଘର କରିଦେବେ। ଏକଥା ଗ୍ରାମର କିଛି ଭଦ୍ରଲୋକ ମଧ୍ୟ ପରିବାର ସଦସ୍ୟଙ୍କୁ ବୁଝାଇଥିଲେ। ତଥାପି ସେମାନେ ସେଥିରେ ରାଜି ହୋଇନଥିଲେ।

ପର ସମୟରେ ଶିଶୁ ବିକାଶ ଅଧିକାରୀଙ୍କୁ ଖବର ଦିଆଯାଇଥିଲା।ସେ ପହଞ୍ଚି ବୁଝାସୁଝା କରି କହିବା ପରେ ମଧ୍ୟ, ପରିବାର ଲୋକ ତାଙ୍କ କଥାକୁ ଗ୍ରହଣ କରିନଥିଲେ। ଏପରିକି ଝିଅକୁ ଘରୁ ବାହାର କରିଦେବା ପାଇଁ କହିଥିଲେ । ସେଥିରେ ଅଙ୍ଗନୱାଡ଼ି କର୍ମୀ ପ୍ରୀତିଙ୍କୁ ନିଜ ଘରେ ନେଇ ରଖିବି କହିଥିଲେ। କଥାରେ ଅଛି ଦୃଢ଼ ମନୋବଳ ଆଗରେ ସବୁ ତୁଚ୍ଛ ଭଳି। ପ୍ରୀତି ତାଙ୍କ ପରିବାରକୁ ରୋକ୍ ଠୋକ୍ କହିଦେଲେ, ଘରୁ ବାହାର କରିଦେଲେ ମୋର ଦୁଃଖ ନାହିଁ କିନ୍ତୁ ମୁଁ ବାହା ହେବିନାହିଁ। ମୋତେ ଅଠର ବର୍ଷ ହୋଇନାହିଁ, ଯଦି ବାହାଘର କରିବା ପାଇଁ ଜିଦ୍ କରିବ ତାହେଲେ ମୁଁ ଆଇନର ଆଶ୍ରୟ ନେବି। ଶେଷରେ ପରିବାର ଲୋକ ରାଜି ହେଲେ, ବର୍ତ୍ତମାନ ପ୍ରୀତିର ବାହାଘର ବନ୍ଦ ଅଛି।

- Advertisement -

ପ୍ରୀତି ଜଣେ ଗରିବ ଘରର ଝିଅ, ପରିବାର କହିଲେ ତାଙ୍କ ମାଆ, ଅଜା ଓ ଆଈ। ଛୋଟ ବେଳରୁ ତାଙ୍କ ବାପା ସେମାନଙ୍କୁ ଛାଡି କେଉଁଆଡେ ଚାଲି ଯାଇଛନ୍ତି । ପ୍ରୀତି ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ କରି ଘରେ ଅଛି। ଆର୍ଥିକ ଅବସ୍ଥା ଭଲ ନଥିବା ଯୋଗୁଁ ଆଗକୁ ପଢ଼ିବା ପାଇଁ ସାହସ କରିପାରୁନାହିଁ। ମାନନୀୟ ଗଞ୍ଜାମ ଜିଲ୍ଲାପାଳ ତାର ଏହି କାର୍ଯ୍ୟ ପାଇଁ ଏକ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି ଏବଂ ତାର ଅସୁବିଧା ବିଷୟ ଶୁଣି ଭବିଷ୍ୟତରେ ଆବଶ୍ୟକୀୟ ସାହାଯ୍ୟ କରିବାକୁ ଆଶ୍ବାସନା ଦେଇଛନ୍ତି।

ପ୍ରକାଶ ଥାଉକି, ଦୁଇବର୍ଷ ତଳେ ଏହି ଗ୍ରାମର ଦଳିତ ସାହିର ବାଲ୍ୟବିବାହ ବନ୍ଦ କରି ଅଙ୍ଗନୱାଡ଼ି କର୍ମୀ ପୁରସ୍କୃତ ହୋଇଥିଲେ ଏବଂ ସାହସପୂର୍ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରାଯାଇଛି। ପ୍ରୀତି ଆଜି ସମସ୍ତଙ୍କ ପାଇଁ ଉଦାହରଣ । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories