ମାଟିପାତ୍ରର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଯେପରି ଲାଭଦାୟକ, ବାସ୍ତୁରେ ମଧ୍ୟ ଏହାର ଖୁବ ମହତ୍ତ୍ୱ ରହିଛି। ମାଟିରେ ନିର୍ମିତ ଏପରି କିଛି ଜିନିଷ ରହିଛି, ଯାହା
ଆପଣଙ୍କୁ ଭାଗ୍ୟବାନ କରିପାରେ । ଜାଣନ୍ତୁ…,
୧. ମାଟି ପାତ୍ର- ଏକ ମାଟି ପାତ୍ରର ଜଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ମାଟି ପାତ୍ର ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିପାରେ । ବାସ୍ତୁ ଅନୁଯାୟୀ, ଏକ ମାଟି ପାତ୍ରକୁ ଘରେ ଉତ୍ତର ଦିଗରେ ରଖିବା ଉଚିତ୍। ଏଥିରେ ସର୍ବଦା ପାଣି ଭର୍ତ୍ତି କରି ରଖନ୍ତୁ। ଏହା ଜୀବନରୁ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଜୀବନରେ ସୁଖ ଏବଂସମୃଦ୍ଧି ଆଣିଥାଏ ।
୨. ମାଟିରେ ନିର୍ମିତ ମୂର୍ତ୍ତି- ବାସ୍ତୁ ଅନୁଯାୟୀ, ଘରର ଉତ୍ତର-ପୂର୍ବ ଦିଗରେ ମାଟିରେ ନିର୍ମିତ ପ୍ରତିମାଗୁଡ଼ିକୁ ରଖିବା ଶୁଭ ବୋଲି ବିବେଚନା କରାଯାଏ ।
୩. ମାଟି ଦୀପ- ସାଧାରଣତଃ ପୂଜାପାଠରେ ଲୋକମାନେ ଧାତୁରେ ନିର୍ମିତ ଦୀପ ବ୍ୟବହାର କରନ୍ତି ।ମାତ୍ର ଧାତୁ ଦୀପ ସହ ମାଟିରେ ନିର୍ମିତ ଦୀପ ଜାଳିବା ଶୁଭ ଅଟେ। କୁହାଯାଏ ଯେ ଏପରି କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧିକୁ ଆଣିଥାଏ ।
ମାଟିରେ ନିର୍ମିତ ଏହି ୩ଟି ଜିନିଷ ଘରେ ରଖନ୍ତୁ
Popular Categories



