ଭୁବନେଶ୍ୱର: ସେଣ୍ଟ ଆମ୍ବୁଲାନ୍ସ, ଭୁବନେଶ୍ୱର ସହଯୋଗରେ ଅସଂଗଣିତ ଶ୍ରମ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର(ସିଓଇୟୁଏଲ), ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ତେଲୁଗୁର ବସ୍ତିରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସତର୍କତା ଏବଂ ସୁରକ୍ଷା ପ୍ରଣାଳୀ ଉପରେ ଏକ ତାଲିମ କାର୍ଯ୍ୟମ୍ରମ ଆୟୋଜିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ସିଓଇୟୁଏଲର ପ୍ରଫେସର ପ୍ରବୋଧ କୁମାର ହୋତାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ.ସୁଜିତ କୁମାର ଆଚାର୍ଯ୍ୟ, ଡ.ଚେଣ୍ଡାଙ୍ଗିଏନଲା ଆୟାର, ସେଣ୍ଟ ଆମ୍ବୁଲାନ୍ସର ଡ.ସନତ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।
ନିର୍ମାଣ ଶ୍ରମିକ କ୍ଷେତ୍ର ଅତ୍ୟନ୍ତ ବିପଜ୍ଜନକ ଏବଂ ଏହି ପ୍ରକାର କାର୍ଯ୍ୟ ସହ ଜଡ଼ିତ ବିପଦ ଅନେକ ଶ୍ରମିକଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇଥାଏ। ଭାରତରେ ନିର୍ମାଣ ଶ୍ରମିକାମନଙ୍କ ମଧ୍ୟରେ ଦୁର୍ଘଟଣାଜନିତ କ୍ଷତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଦୁର୍ଭାଗ୍ୟବଶତଃ ନିର୍ମାଣ ସ୍ଥଳରେ ଆଘାତର ଏକ ପ୍ରମୁଖ ଅଂଶ ସାଂଘାତିକ ହୋଇଥାଏ। ଏହା ଦିନକୁ ଦିନ ୩୮ଟି ମର୍ମନ୍ତୁଦ ଦୁର୍ଘଟଣା ସହିତ ମାରାତ୍ମକ କ୍ଷେତ୍ର ଅଟେ। ଏଥିପାଇଁ ଏହି ପ୍ରଶିକ୍ଷଣରେ କାର୍ଯ୍ୟ କରୁଥିବା ଶ୍ରମିକାମନଙ୍କୁ ଜରୁରୀକାଳୀନ ସମୟରେ ପ୍ରାଥମିକ ଚିକିତ୍ସା କିପରି କରାଯାଇପାରିବ ଶିକ୍ଷା ଦିଆଯାଇଥିଲା। ୧୦ଜଣ ମହିଳା ଏବଂ ୧୪ଜଣ ପୁରୁଷ ନିର୍ମାଣ ଶ୍ରମିକଙ୍କୁ ନେଇ ୨୪ଜଣ ଅଂଶଗ୍ରହଣକାରୀମାନଙ୍କ ସହିତ ଶିକ୍ଷା ରିମେଡ଼ିଆଲ ଏଜୁକେସନ କେନ୍ଦ୍ରରେ ଏହି ତାଲିମ ଅନୁଷ୍ଠିତ ହୋଇଥିଲା। ଶ୍ରମିକମାନଙ୍କୁ ଷ୍ଟ୍ରୋକର ଲକ୍ଷଣ ଚିହ୍ନଟ, ସିଆପି କିପରି କରାଯିବ, କ୍ଷତକୁ କିପରି ସ୍ୱଚ୍ଛ ଭାବରେ ଚିକିତ୍ସା କରାଯିବ ଏବଂ ଭଙ୍ଗା ଓ ମୋଡ଼ି ହୋଇଥିବା ହାଡ଼ ପାଇଁ ପ୍ରାଥମିକ ଚିକିତ୍ସାର ଉପାୟ ବିଷୟରେ ତାଲିମ ଦିଆଯାଇଥିଲା। ଡ.ନମିତାପ୍ଟ୍ନାୟକଙ୍କ ଦ୍ୱାରା ଏହି ଅଧିବେଶନ ଆୟୋଜିତ କାଯାଇଥିଲା। ଅଂଶଗ୍ରହଣକାରୀମାନଙ୍କୁ ତାଲିମ ଶେଷରେ ମାଗଣା ପ୍ରଥମିକ ଚିକିତ୍ସା କିଟ୍ ଏବଂ ଖାଦ୍ୟ ଯୋଗାଇ ଦିଆଯାଇଥିଲା।



