ଆଠଗଡ: ଆଠଗଡ ଗାନ୍ଧୀମାର୍ଗସ୍ଥିତ ଜଣଙ୍କ ଘରେ ଶୁଆ ରହୁଥିବା ପଞ୍ଜୁରୀ ମଧ୍ୟରୁ ଏକ ୪ ଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଛି। ଉପଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ ମହେନ୍ଦ୍ର କୁମାର ସେଠୀଙ୍କ ଘରେ ଶୁଆ ଉଚ୍ଚ ଶବ୍ଦରେ ରାବିବାରୁ ସେଠୀ ଦେଖିବାକୁ ଯାଇଥିଲେ। ସେତେବେଳେ ଏକ ନାଗସାପ ପଞ୍ଜୁରୀ ଭିତରେ ପଶିଥିବା ଦେଖିଥିଲେ । ସାପ ଧରାଳି ତଥା ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ ପାତ୍ର ଖବର ପାଇ ଆସି ସାପଟିକୁ ପଞ୍ଜୁରୀ ମଧ୍ୟରୁ ଉଦ୍ଧାର କରିଥିଲେ । ପରେ ନାଗ ସାପଟିକୁ ନିକଟ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ।
Popular Categories



