ପାଟଣା : ପୁରୁଣା ଇନଫୋସିସ ସଫ୍ଟଓୟାର ସିଷ୍ଟମ୍ ବଦଳରେ ଡାକ ବିଭାଗ ନିଜସ୍ଵ ଆଇଟି ୨.୦ ଗତ ୫ ତାରିଖରୁ ପ୍ରଚଳନ କରିବା ପରେ ପାଟଣା, ଢେଙ୍କିକୋଟ, ତୁରୁମୁଙ୍ଗା ଆଦି ଉପ ଡାକଘର ସମେତ ଶାଖା ଡାକ ଘର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି। କମ୍ପ୍ୟୁଟରରେ ସାଇଟ୍ ଖୋଲିବାରେ ଅହେତୁକ ବିଳମ୍ବ କାରଣରୁ ସେବା ଯୋଗାଇ ହେଉ ନଥିବାରୁ ଲୋକେ ଜମାଖାତାରେ ଟଙ୍କା ଡିପୋଜିଟ କରିବା ଓ ଉଠାଇବା ଆଦି ଅନ୍ୟାନ୍ୟ କାର୍ଯ୍ୟ ସମ୍ଭବ ହେଉନାହିଁ । ସପ୍ତାହେ ହେଲା ଏହି ଅବ୍ୟବସ୍ଥା ଯୋଗୁଁ ଲୋକେ ଡାକ ବିଭାଗକୁ ନାକ ଟେକିବା ଆରମ୍ଭ କରୁଥିବାରୁ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ଯଥା ଶୀଘ୍ର କରିବାକୁ ଦାବି ହୋଇଛି ।
Popular Categories



