www.samajalive.in
Friday, December 12, 2025
15.1 C
Bhubaneswar

କୋଭିଡ଼ ନିୟମ ଉଲ୍ଲଙ୍ଘନ: ରାଉରକେଲାର ଡଲଫିନ କୋଚିଙ୍ଗ ସେଂଟରରେ ଚଢଉ

ରାଉରକେଲା: ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ରହିଛି ଅନେକ କୋଚିଙ୍ଗ ସେଂଟର । ମାତ୍ର ଏହି ସବୁ କୋଚିଙ୍ଗ ସେଂଟର ମଧ୍ୟରୁ କିଛି  ନିର୍ଦ୍ଦିଷ୍ଟ କୋଚିଙ୍ଗ ସେଂଟର କରୋନା କାଳରେ କୋଭିଡ଼ ନିୟମକୁ ଉଲଂଘନ କରାଯାଇ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ କୋଠରୀରେ ଶିକ୍ଷାଦାନ କରାଯାଉଥିବା ରାଉରକେଲା ମହାନଗର ନିଗମ(ଆରଏମସି) କୋଭିଡ଼ ପରିଚାଳନା କମିଟିକୁ ସୂଚନା ମିଳିଥିଲା । ଏହାପରେ ଘଟଣାର ଅନୁସନ୍ଧାନ ପାଇଁ ଗତକାଲି ବୁଧବାର କୋଭିଡ଼ କମିଟି ପକ୍ଷରୁ  ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଉତ୍କଳନଗର ନିକଟ ଡଲଫିନ ପ୍ଲସ ଟୁ ସାଇନˆ କୋଚିଙ୍ଗ ସେଂଟର ଉପରେ ଅପରାହ୍ନରେ ଅତର୍କିତ ଭାବେ ଚଢଉ କରାଯାଇଥିଲା । ଆରଏମସିର   ବରିଷ୍ଠ ଅଧିକାରୀ ମାନେ ସେହି କୋଚିଙ୍ଗ ସେଂଟରରେ କୋଭିଡ଼ ନିୟମ ଉଂଲଘଂନ ହୋଇଥିବା ଯାଂଚ କାଳରେ ଜାଣିବା ପରେ  ଉକ୍ତ କୋଚିଙ୍ଗ ସେଂଟର ଚଳାଉଥିବା କର୍ତୃପକ୍ଷ ଓ ଶିକ୍ଷକଙ୍କୁ ତାଗିଦ କରିବା ସହ କୋଭିଡ଼ ନିୟମ କଡ଼ାକଡ଼ି ମାନିବାକୁ ଚେତାବନୀ ଦେଇଥିଲେ । କରୋନା କାଳରେ କୋମଳ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇ ଉତ୍କଳନଗରରେ ଏଭଳି କୋଚିଙ୍ଗ ସେଂଟର ଚଳାଉଥିବା ଉକ୍ତ ଯୁବକଙ୍କ କାର୍ଯ୍ୟକଳାପକୁ ବୁଦ୍ଧିଜିବୀ ମହଲରେ ତ୍ରୀବ ନିନ୍ଦା କରାଯାଇଛି । ଏହି ଘଟଣା ଦକ୍ଷିଣ ରାଉରକେଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories