www.samajalive.in
Friday, December 12, 2025
15.1 C
Bhubaneswar

ବଲାଙ୍ଗିର ସାଂସଦଙ୍କ ଦବଙ୍ଗଗିରି; ସାମ୍ବାଦିକଙ୍କ କ୍ୟାମେରା, ମୋବାଇଲ ଛଡ଼ାଇ ନେଲେ

ଉଲୁଣ୍ଡା : ସାମ୍ବାଦିକଙ୍କ ଉପରେ ଦବଙ୍ଗଗିରି ଦେଖାଇଲେ ବଲାଙ୍ଗିର ସାଂସଦ। ହାତରୁ କ୍ୟାମେରା ଓ ମୋବାଇଲ ଛଡାଇ ନେଇ ଫଟୋ ଏବଂ ଭିଡିଓକୁ ଡିଲିଟ କରିଦେଲେ। ଇଂରାଜୀରେ ଗାଳିଗୁଲଜ କଲେ, କେସ ଠୁଙ୍କି ଦେବାର ଭୟ ବି ଦେଖାଇଲେ। ସାମ୍ବାଦିକମାନଙ୍କୁ ବୈଠକ ଅଧାରୁ ବାହାର କରିଦେବା ପାଇଁ ବ୍ଲକ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ। ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କାର୍ୟ୍ୟାଳୟ ଭିତରେ ଗୁରୁବାର ଚାଲିଥିବା ସାଂସଦଙ୍କ ସମୀକ୍ଷା ବୈଠକରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।
ବ୍ଲକରେ ସାଂସଦ ପାଣ୍ଠି ଖର୍ଚ୍ଚ ଉପରେ ସମୀକ୍ଷା ବୈଠକ ହେଉଥିବା ଖବର ପାଇ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଉକ୍ତ ବୈଠକରେ ଯୋଗ ଦେଇଥିଲେ। ଯୋଗଦାନର କିଛି ସମୟ ପରେ ଖବର ପରିବେଷଣ ପାଇଁ ଫଟୋ ଏବଂ ଭିଡିଓ ଉତ୍ତୋଳନ କରୁଥିବା ବେଳେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଚିହିଁକି ଉଠିଥିଲେ। ନିଜେ ବସିଥିବା ଚୌକିରୁ ଉଠିଆସି ସାମ୍ବାଦିକମାନଙ୍କ ହାତରୁ ମୋବାଇଲ ଏବଂ କ୍ୟାମେରା ଛଡାଇ ନେଇଥିଲେ। ପରେ ଫଟୋ ଏବଂ ଭିଡିଓ ସବୁ ଡିଲିଟ କରିଦେଇ ଫେରେଇ ଦେଇଥିଲେ। ଏହାସହ ତୁମେମାନେ ଭିଡିଓ ଉତ୍ତୋଳନ କରି ୟୁଟ୍ୟୁବରେ ବେପାର କରିବ, ତୁମ ମାନଙ୍କ ନାମରେ କେସ କରିବା କଥା ବୋଲି ଧମକ ଦେଇଥିଲେ। ତେବେ ସମୀକ୍ଷା ବୈଠକରେ ଯୋଗଦାନ କରିଥିବା ସାମ୍ବାଦିକଙ୍କୁ ଆରମ୍ଭରୁ ବାରଣ କରିବା ପରିବର୍ତ୍ତେ ଭିଡିଓ ଉତ୍ତୋଳନ ସମୟରେ କାହିଁକି ଚିହିଁକି ଉଠିଲେ ସାଂସଦ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେହିପରି ଜଣେ ଦାୟିତ୍ୱ ସମ୍ପନ୍ନ ଲୋକପ୍ରତିନିଧି ଭାବରେ ସାଂସଦଙ୍କ ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଗ୍ରହଣୀୟ ହେଉନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories