www.samajalive.in
Friday, December 12, 2025
15.1 C
Bhubaneswar

ବଢୁଛି କରୋନା, ଲାଗିଣା କଟକଣା: କଟକ ମହାନଗର ନିଗମ ଜାରି କଲା ନୂଆ ଗାଇଡ୍‌ଲାଇନ୍

‌ଭୁବନେଶ୍ବର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କୋଭିଡ୍‌ ସଂକ୍ରମମଣ ବୃଦ୍ଧି ଦୃଷ୍ଟିରୁ ବିବାହ, ଶୁଦ୍ଧି କାର୍ଯ୍ୟ, ସମ୍ମିଳନୀ, ସମାବେଶ ସମେତ କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଉପରେ ସିଏମସି ପକ୍ଷରୁ କଟକଣା ଲଗାଯାଇଛି। ସିଏମସିର ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଏଣିକି ବିବାହ ଉତ୍ସବରେ ୧୦୦ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ମିଳିବ। ସେହିପରି ଶୁଦ୍ଧି କାର୍ଯ୍ୟରେ ସାମିଲ ହେବା ପାଇଁ ମାତ୍ର ୫୦ଜଣଙ୍କୁ ଅନୁମତି ଦିଆଯିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ୍‌ କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। କଟକ ମହାନଗର ନିଗମ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସମ୍ମିଳନୀ ଓ ସମାବେଶ ଉପରେ ସିଏମସି ପକ୍ଷରୁ କଟକଣା ଲଗାଯାଇଛି। କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନକୁ ବାରଣ କରାଯାଇଥିବାବେଳେ କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ହୋଇପାରିବ ନାହିଁ ବୋଲି କୁହାଯାଇଛି। ଆସନ୍ତା ଅପ୍ରିଲ୍‌ ୬ରୁ ସିଏମସିର ନୂଆ ଗାଇଡ୍‌ଲାଇନ୍‌ ଲାଗୁ କରାଯିବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅପରକ୍ଷରେ ସିଏମସିର ବିନା ଅନୁମତିରେ କୌଣସି ସାମାଜିକ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ହୋଇପାରିବ ନାହିଁ ବୋଲି ନୂଆ ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories