www.samajalive.in
Thursday, December 11, 2025
15.1 C
Bhubaneswar

ସୋମବାରରୁ ରାଜ୍ୟର ୧୦ ଜିଲାରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। କୋଭିଡ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପୁନର୍ବାର ନାଇଟ କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବେ ପ୍ରତିଦିନ କରୋନା ଗ୍ରାଫ ବଢ଼ି ଚାଲିଥିବାରୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ରାଜ୍ୟର ୧୦ ଜିଲାରେ ପୁଣିଥରେ ‘ନାଇଟ କର୍ଫ୍ୟୁ’ ଲାଗୁ କରିବାକୁ ନିର୍ଦେଶ ଜାରି କରିଛନ୍ତି। ସୋମବାରଠାରୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ। ଏହି ସମୟରେ ଜରୁରୀକାଳିନ ସେବା ସାଙ୍ଗକୁ ସମସ୍ତ କାରଖାନା ଓ ନିର୍ମାଣ କାମ ଜାରି ରହିବ ବୋଲି କୁହାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ତଥା ଅପ୍ରିଲ ୫ରୁ ବରଗଡ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲାରେ ‘ନାଇଟ୍‌ କର୍ଫ୍ୟୁ’ ଲାଗୁ କରାଯିବ। ସୀମାନ୍ତ ବର୍ତ୍ତି ରାଜ୍ୟ ଗୁଡିକରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ନିକଟବର୍ତ୍ତୀ ଜିଲାରେ କର୍ଫ୍ୟୁ ଲଗାଯାଇଛି। ଗତ କିଛିଦିନ ହେବ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି। ଫଳରେ ସୀମାନ୍ତବର୍ତ୍ତୀ ଜିଲା ଗୁଡିକରେ ‘ନାଇଟ କର୍ଫ୍ୟୁ’ ଲାଗୁ କରାଯାଇଥିବା ସୂଚନା ମିଳିଛି।

- Advertisement -

ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଦର୍ଶାଯାଇଛି ଯେ ରାଜ୍ୟର ବରଗଡ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲାରେ ଜାରି ରହିବ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ରାତି ୧୦ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ବଳବତତ୍ତର ରହିବ। ନାଇଟ୍‌ କର୍ଫ୍ୟୁ ସମୟରେ ସାଧାରଣରେ ବୁଲାବୁଲି ଏବଂ ସାଧାରଣ ଲୋକଙ୍କ ଚଳ ପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି। ଅପରପକ୍ଷରେ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ। ତେବେ ଜିଲା ଓ ମ୍ୟୁନିସପାଲ କର୍ମଚାରୀ, ପୁଲିସ, ସରକାରୀ କର୍ମଚାରୀଙ୍କୁ ଛାଡ଼ କରାଯାଇଛି। ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories