ଭୁବନେଶ୍ୱର: ଓଡ଼ିଶାର ଝିଅ। ସେଥିପାଇଁ ଓଡ଼ିଶାର କଳା, କାରିଗରୀ, ହସ୍ତଶିଳ୍ପ ପ୍ରତି ତାଙ୍କର ରହିଛି ସ୍ୱାଭାବିକ ଆକର୍ଷଣ। ତାଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଏବେ ବିଶ୍ୱ ଦରବାରେ ପହଞ୍ଚିପାରିଛି। ତାହାସହିତ ତାଙ୍କର ଏହି ପ୍ରଚେଷ୍ଟାରେ ସେ ରାଜ୍ୟର ଅନେକ କୁଶଳୀ କାରିଗରଙ୍କ ପାଇଁ ରୋଜଗାର ଆଣିଦେଇପାରୁଛନ୍ତି। ଏପରିକି କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ ଗତବର୍ଷ ଅଚଳ କରିଦେଇଥିବାବେଳେ ସେ କାରିଗର ଓ ବୁଣାକାରଙ୍କ ସମେତ ୧୦୦ ଜଣିଆ ଦଳକୁ ସହାୟକ ହୋଇଥିଲେ।
ଜଣେ ଉଦ୍ୟୋଗୀ ଭାବରେ ପ୍ରାୟ ୨୦ବର୍ଷର ଅଭିଜ୍ଞତା ଥିବା ଜ୍ୟୋତ୍ସ୍ନା ଦାସ ୨୦୧୭ରେ ନିଜର ଏକ ବ୍ରାଣ୍ଡ୍ ‘ବିଭାବରୀ’ ଆରମ୍ଭ କରିଥିଲେ। ପରିବେଶ ଉପଯୋଗୀ ଉତ୍ପାଦ ପ୍ରସ୍ତୁତ କରୁଥିବା ପ୍ରିମିୟମ ଫାଶନ ବ୍ରାଣ୍ଡ୍ ‘ବିଭାବରୀ’ ଏହାର ସୁନ୍ଦର ହସ୍ତତନ୍ତ ଏବଂ ହାତ ତିଆରି କାମ ପାଇଁ ଏବେ ସୁପରିଚିତ। ବିଶେଷକରି ପଟ୍ଟଚିତ୍ର, ହାତ ପେଣ୍ଟିଂ ଏବଂ ହାତ ବୁଣା ଏମ୍ରୋଡୋରୀ ପାଇଁ ପ୍ରସିଦ୍ଧିଲାଭ କରିଛି। ଏହା ହସ୍ତତନ୍ତ ସାମଗ୍ରୀର ପରମ୍ପରାକୁ ଆଗକୁ ବଢାଇବା ଉପରେ ଦୃଷ୍ଟିନିବଦ୍ଧ କରୁଛି, ତଦ୍ଦ୍ୱାରା କୁଶଳୀ କାରିଗରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ବିଭାବରୀର ହାତ ପେଣ୍ଟିଂ ପଟ୍ଟଚିତ୍ର ଶାଢୀ ଆମାଜନ୍ ଡଟ୍ ଇନ୍ରେ ଶ୍ରେଷ୍ଠ ବିକ୍ରି ହେଉଥିବା ସାମଗ୍ରୀ ମଧ୍ୟରେ ସ୍ଥାନପାଇଛି।
ଜ୍ୟୋତ୍ସ୍ନାଙ୍କ ଅନ୍ଲାଇନରେ ସାରା ଦେଶର ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ ଆମାଜନ୍ କାରିଗର କାର୍ଯ୍ୟକ୍ରମରେ ତାଲିକାଭୁକ୍ତ ହେବାକୁ ନିଷ୍ପତ୍ତି ନେଲେ। ଏହି ପ୍ଲାଟଫର୍ମରେ ତାଙ୍କ ଉତ୍ପାଦଗୁଡିକ ତାଲିକାଭୁକ୍ତ କରିବା ଦ୍ୱାରା ତାଙ୍କ ବ୍ରାଣ୍ଡ୍କୁ ଗ୍ରାହକଙ୍କ ନିକଟରୁ ସ୍ୱୀକୃତି ଏବଂ ବିଶ୍ୱାସ ମିଳିବା ଆରମ୍ଭ ହୋଇଛି। ବିଭାବରୀ ପାଇଁ ମହାମାରୀ ପୁନଃ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ଏକ ବାସ୍ତବ ପରୀକ୍ଷା ଥିଲା। ମହାମାରୀ ସମୟରେ ଜ୍ୟୋତ୍ସ୍ନା ତାଙ୍କର ଉତ୍ପାଦଗୁଡିକ ପ୍ରସ୍ତୁତ କରିବାକୁ ଅନେକ କାରିଗର ଓ ବୁଣାକାରଙ୍କ ସହିତ କାମ କରିଛନ୍ତି। କାରଣ ମହାମାରୀ ଜନିତ ଲକ୍ଡାଉନ ଏବଂ ହାତତିଆରି ଉତ୍ପାଦଗୁଡିକ ପ୍ରଦର୍ଶନ କରିବା ତଥା ସଠିକ ଲୋକଙ୍କୁ ବିକ୍ରି କରିବାର ସୀମିତ ସୁଯୋଗ ଆଦିକୁ ନେଇ ଏହି କାରିଗରମାନେ ନିଜ ତଥା ପାଇଁ ରୋଜଗାର ଯୋଗାଡ କରିବାକୁ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି। ତେବେ ସଂପ୍ରତି ଜ୍ୟୋତ୍ସ୍ନା ସଂପ୍ରତି ତାଙ୍କର ବ୍ୟବସାୟ ୧୦୦% ବୃଦ୍ଧି କରିବା ସହିତ ଆଗାମୀ ଦିନରେ ଆମାଜନ୍ର ଆନ୍ତର୍ଜାତିକ ମାର୍କେଟପ୍ଲେସ୍ରେ ତାଲିକାଭୁକ୍ତ ହୋଇ ଏବଂ ବିକ୍ରିକରି ଆନ୍ତର୍ଜାତିକସ୍ତରର ଗ୍ରାହକଙ୍କ ନିକଟରେ ପହଞ୍ଚିବା ଯୋଜନା କରୁଛନ୍ତି।



