ଭୁବନେଶ୍ୱର : ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି।ଏହି ଅବସରରେ ସେ ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହୋଇଥିଲେ। ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ୮,୫୦୦ କୋଟି ଟଙ୍କା ବିନିଯୋଗ ହେବା ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟସେବା ହେଉଛି ମୋ ସରକାରର ପ୍ରାଥମିକ କ୍ଷେତ୍ର।
କିଛି ବର୍ଷରେ ବହୁ କର୍ମଚାରୀ ନିଯୁକ୍ତି କରି ସ୍ବାସ୍ଥ୍ୟସେବାକୁ ମଜଭୂତ କରାଯାଉଛି । କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି। ସମାଜରେ ଡାକ୍ତରମାନଙ୍କର ବିଶେଷ ସମ୍ମାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍ବାସ୍ଥ୍ୟସେବା ହେଉଛି ମୋ ସରକାରର ପ୍ରାଥମିକ କ୍ଷେତ୍ର : ମୁଖ୍ୟମନ୍ତ୍ରୀ
Popular Categories



