ଚୌଦ୍ୱାର : ଚଳିତ ବର୍ଷ ରଜ ଉତ୍ସବ ପାଳନ ସମୟରେ କରୋନା ଜନିତ ଲକ୍ ଡାଉନ୍ର ସୁଯୋଗ ନେଇ ଚୌଦ୍ୱାର ଅଞ୍ଚଳରେ ଜୁଆ ଖେଳାଳି ମାନେ ସକ୍ରିୟ ହୋଇ ଉଠିବା ସହିତ ଗ୍ରାମାଞ୍ଚଳର ଯୁବକ ମାନଙ୍କୁ ଅର୍ଥଲୋଭ ଦେଖାଇ ଏଥିରେ ସମିଲ କରି ସର୍ବସ୍ୱାନ୍ତ କରି ଦେଉଥିବା ଦେଖିବାକୁ ମିଳିଛି। ଏହି ଜୁଆ ଖେଳାଳୀ ମାନଙ୍କୁ ଧରିବା ପାଇଁ ଏବେ ଚୌଦ୍ୱାର ପୁଲିସ ତରଫରୁ ରାତି ପାଟ୍ରୋଲିଂକୁ ଯୋରଦାର କରାଯାଇଛି। ଚୌଦ୍ୱାର ଥାନା ଏସ୍ ଆଇ ପାର୍ଥ ପ୍ରତିମ ବେଉରା ପୁଲିସ ଟିମ୍ ସହିତ ବଡ଼ ସାମନ୍ତରାପୁର ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ଏହି ଥାନା ଅଧିନ ବହ୍ମପୁର ପ୍ରଧାନ ସାହି ଗ୍ରାମରେ ଜୁଆଖେଳ ଚାଲିଥିବା ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ। ଘଟଣାସ୍ଥଳରେ ଜୁଆ ଖେଳୁଥିବା ୮ଜଣ ଯୁବକଙ୍କୁ ପୁଲିସ୍ ଟିମ୍ କାବୁ କରିବା ସହିତ ସେମାନଙ୍କ ଠାରୁ ନଗଦ ୪ହଜାର ୫୦୦ଟଙ୍କା,୨ମୁଠା ତାସ୍ ଓ ଗୋଟିଏ ମଟର ସାଇକେଲ ଜବତ କରିଥିଲେ। ଅଭିଯୁକ୍ତ ଯୁବକ ମାନେ ହେଲେ ବଡ଼ସାମନ୍ତରାପୁର ଗ୍ରାମର ସନ୍ତୋଷ ବସ୍ତିଆ(୩୬),କାଳନ୍ଦୀ ବସ୍ତିଆ(୫୩), ଅଜୟ ପ୍ରଧାନ(୪୫), ମାୟାଧର ବାରିକ୯୪୨),ସରୋଜ ବେହେରା(୨୯),ବଡ଼ପଦାଗାଁର କାଳନ୍ଦୀ ବାରିକ(୨୮), ସୁଶାନ୍ତ ବରିକ(୩୭) ଓ ଗୁରୁଡ଼ିଝାଟିଆ ଥାନା ଶଶାଙ୍ଗ ଗ୍ରାମର ଦାମ ସାମଲ(୪୭) ବୋଲି ପୁଳିସ୍ ସୂଚନା ଦେଇଛି।ଅଭିଯୁ୍କ୍ତ ମାନଙ୍କୁ ଥାନାରେ ଅଟକ ରଖା ଯାଇଛି। ସୂଚନାଯେଗ୍ୟଯେ ସେମାବାର ରାତିରେ ପୁଲିସ୍ ଆଗ୍ରାହାଟ ଗ୍ରାମରେ ଚଢ଼ଉ କରି ଜୁଆ ଖେଳୁଥିବା ୮ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ।ଖରୁ ୧୦ ହଜାର ୩୩୦ଟଙ୍କା ଜବତ କରିଥିଲେ।
Popular Categories



