www.samajalive.in
Wednesday, December 10, 2025
18.1 C
Bhubaneswar

ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ୱାରା ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ୱାରା ବୁଧବାର ଠାରୁ ଆଭାସୀ ଜରିଆରେ ଦୁଇ ସପ୍ତାହ ବ୍ୟାପି ଜାତୀୟ ସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସାମାଜିକ ଓ ମାନବିକୀ ବିଜ୍ଞାନ ଗବେଷଣାରେ ସୂଚନା ଓ ସଂଚାର କୌଶଳର ପ୍ରୟୋଗ ଶୀର୍ଷକ ଏହି ଆଭାସୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଉଦଘାଟନ କରି କହିଥିଲେ ଯେ ଆଧୁନିକ ପଦ୍ଧତିରେ ଅଧ୍ୟୟନ ଓ ଗବେଷଣାରେ ଉତ୍କୃଷ୍ଟତା ସମ୍ଭବ। ପ୍ରାଧ୍ୟାପକ ଏବଂ ଗବେଷକମାନଙ୍କ ମିଳିତ ସହଯୋଗରେ ଗବେଷଣାରେ ଗୁଣବତ୍ତା ଆସିପାରିବ ତେଣୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଶୋଧ ଯୋଜନା କାର୍ଯ୍ୟାନ୍ୱୟନ’ କେନ୍ଦ୍ରିତ ହେବା ଆବଶ୍ୟକ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ଶୋଧ ଇର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପାଣି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବିଶ୍ୱ ମହାମାରୀ ସମୟରେ ଉଚ୍ଚ ଶିକ୍ଷା ପ୍ରଦାନ ଓ ଗବେଷଣାରେ ନୂତନ ଆହ୍ୱାନ ଦେଖାଦେଇଛି। ସୂଚନା ଓ ସଂଚାର କୌଶଳର ସଚେତନତା ଏବଂ ଏହାର ପ୍ରୟୋଗ ଉଚ୍ଚଶିକ୍ଷା ଗବେଷଣାରେ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଗବେଷକଙ୍କ କାର୍ଯ୍ୟାନିଷ୍ଠା ହିଁ ସତ୍ୟର ଅନୁସନ୍ଧାନ କରିବା ଦିଗରେ ସହାୟକ ହୋଇଥାଏ ଓ ପରବର୍ତୀ ସମୟରେ ସମାଜର ହିତ ସାଧନ କରିଥାଏ।

- Advertisement -

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗୀୟ ମୁଖ୍ୟ ତଥା ଜାତୀୟ ସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୁଖ୍ୟ ପ୍ରଫେସର ଡଃ ସୁଦର୍ଶନ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଡଃ ଶରତ କୁମାର ରାଉତ ପରିଚୟ ପ୍ରଦାନ ଓ ବରିଷ୍ଠ ସହାୟକ ପ୍ରଫେସର ଡଃ ବିକଳି ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସନ୍ଧ୍ୟାରାଣୀ ପାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶା ସମେତ ୧୮ଟି ରାଜ୍ୟରୁ ୧୭୯ ଜଣ ଅଧ୍ୟାପକ ଓ ଶୋଧକର୍ତ୍ତା ଯୋଗଦେଇଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories