www.samajalive.in
Friday, December 5, 2025
20.1 C
Bhubaneswar

ପୁରୀ ଯିବା ବାଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପୁରୀ ଯିବା ବାଟରେ ସତ୍ୟବାଦୀ ନିକଟରେ ଅଟକିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଲୋକଙ୍କ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ମିଶିବା, ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ କିଣି ପିଇଥିଲେ ଏବଂ ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖ ସୁଖ ହୋଇଥିଲେ । କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଛନ୍ତି ।

- Advertisement -

ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories