ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଶନିବାର ପୂର୍ବାହ୍ନରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାଷା ହେଉଛି ଜାତିର ମୁକୁଟ ଓ ଏକତାର ମହାନ ମନ୍ତ୍ର। ଆଜିର ଦିନ ଗୌରବର ଦିନ। ସାରା ଓଡିଶା ଏହି ଭାଷା ପାଇଁ ଏକାଠି ହୋଇଛି। ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉଛି। ଆମ ଭାଷାର ଇତିହାସ ଜାଣିବା,ଭବିଷ୍ୟତ ରାସ୍ତା ତିଆରି କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡିଆ ଅସ୍ମିତାର ପରିଚୟ ଏହି ସମ୍ମିଳନୀ। ଏହା ଓଡିଆ ଭାଷାର ପ୍ରଚାର ପ୍ରସାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଦୁଇ ଜ୍ଞାନପୀଠ ବିଜେତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପଦ୍ମବିଭୂଷଣ ଡ.ସୀତାକାନ୍ତ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଭାଷା ହେଉଛି ଜାତିର ମୁକୁଟ ଓ ଏକତାର ମହାନ ମନ୍ତ୍ର – ମୁଖ୍ୟମନ୍ତ୍ରୀ
Popular Categories



