www.samajalive.in
Friday, December 5, 2025
20.1 C
Bhubaneswar

ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପା ରାଶି ବୃଦ୍ଧି କରିଛନ୍ତି। ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ ଟଙ୍କା। ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବନ୍ୟପ୍ରାଣୀ ଆକ୍ରମଣରେ ଗୁରୁତର ଆହତଙ୍କ ପ୍ରତି ମଧ୍ୟ ସହାୟତା ରାଶି ବୃଦ୍ଧି କରାଯାଇଛି। ୬୦%ରୁ ଅଧିକ ଅକ୍ଷମତା କ୍ଷେତ୍ରରେ ମିଳିବ ଅଢେଇ ଲକ୍ଷ ଟଙ୍କା। ୬୦%ରୁ କମ୍‌‌ ଅକ୍ଷମତା କ୍ଷେତ୍ରରେ ସହାୟତା ମିଳିବ ଦେଢଲକ୍ଷ ଟଙ୍କା। ଗାଈ, ମଇଁଷି, ବଳଦଙ୍କ ମୃତ୍ୟୁ ପାଇଁ ମଧ୍ୟ ସହାୟତା ରାଶି ବୃଦ୍ଧି କରିଛନ୍ତି। ଗାଈ, ମଇଁଷିର ମୃତ୍ୟୁ ହେଲେ ମିଳିବ ୩୭ ହଜାର ୫୦୦ଟଙ୍କା। ବଳଦ ମୃତ୍ୟୁ ପାଇଁ ୩୨ ହଜାର, ବାଛୁରୀ ପାଇଁ ୫ ହଜାର ଟଙ୍କା ମିଳିବ। ଛେଳି ମେଣ୍ଢାଙ୍କ ପାଇଁ ୪ ହଜାର, ଛେଳି ମେଣ୍ଢା ଛୁଆ ମୃତ୍ୟୁ ପାଇଁ ୧୫୦୦ ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories