www.samajalive.in
Monday, December 8, 2025
13.1 C
Bhubaneswar

ବିଶୁଦ୍ଧ ପାନୀୟ ଜଳ ପାଇଁ ରାଜପଥ ଅବରୋଧ କଲେ ରେଖାଲଗୁଡା ଓ ଶାନ୍ତିନଗର ବାସୀ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ରେଖାଲଗୁଡା ଗାଁରେ ନିକଟ ଛକରେ ଓ ମାଝୀଗୁଡା ପଞ୍ଚାୟତର ଶାନ୍ତିନଗର ଗାଁ ସମ୍ମୁଖରେ ବିଶୁଦ୍ଧ ପାନୀୟ ଜଳ ପାଇଁ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଛି । ରେଖାଲଗୁଡା ଗାଁରେ ଆଦିବାସୀ ୧୨୦ଘର ଓ ଦଳିତ ୫୦ ଘର ମୋଟ୧୭୦ଘରକୁ ପ୍ରାୟଏକ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛି । ଏହି ଗାଁରେ ୪ଟି ନଳକୂପ ରହିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ବସୁଧା ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି । ଉକ୍ତ ଗ୍ରାମରେ ବହୁ ଦିନ ହେବ ଦୁଇଟି ନଳକୂପ ଅଚଳ ହୋଇଯାଇଛି । ଅନ୍ୟ ଦୁଇଟି ନଳକୂପରୁ ଅଳ୍ପ ପାଣି ବାହାରୁ ଥିବା ବେଳେ ଗୋଟିଏ ନଳକୂପ ଉପରେ ଗ୍ରାମ ବାସୀ ନିର୍ଭର କରି ଆସୁଥିବା ବେଳେ ପାଣି ପାଇଁ ଗ୍ରାମରେ ମହିଳା ମାନଙ୍କ ମଧ୍ୟରେ ଝଗଡା ହେଉଛନ୍ତି । ପ୍ରାୟ ୧୫ଦିନ ହେବ ସ୍ୱଜଳ ଧାରା ଦ୍ୱାରା ଆସୁଥିବା ବିଶୁଦ୍ଧ ପାନୀୟ ଜଳର ପାଇପ ଲାଇନ ଫାଟି ଯିବା ଯୋଗୁଁ ପାଣି ଗୁଡିକ ବାହାରକୁ ବାହାରି ନଷ୍ଟ ଅପଚୟ ହେଇଯାଉଥିଲା । ଯାହାଫଳରେ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ରୁ ବଞ୍ଚିତ ରହିଥିଲେ ।
ପାଣି ଅସୁବିଧା ଯୋଗୁଁ ଗ୍ରାମବାସୀ ଗାଁ ଠାରୁ ପ୍ରାୟ ଅଧ କିମି ଦୂରରେ ଥିବା ଏକ ଭଙ୍ଗା କୂଅ ରୁ ପାଣି ନେଇ ବ୍ୟବହାର କରି ବିଭିନ୍ନ ରୋଗାକ୍ରାନ୍ତରେ ପଡୁଥିବା କହିଛନ୍ତି । ସେଥିରେ ଗାଈଗୋରୁ ମଧ୍ୟ ପାଣି ପିଉଥିବା କହିଛନ୍ତି । ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାମ ହେଉନଥିବା ଯୋଗୁଁ ଗତ ଗୁରୁବାର ଦିନ ପୁଣି ସରପଞ୍ଚ ଓ ପଞ୍ଚାୟତ କାର୍ୟ୍ୟନିର୍ବାହୀଅଧିକାରୀଙ୍କୁ ଲିଖିତ ଦେଇଥିଲେ । ସେ ଆଜି କାଲି ମଧ୍ୟରେ ମରାମତି କରି ପାଣି ଯୋଗାଇ ଦେବୁ ବୋଲି କହି ନ କରିଥିବା ରୁ ଆଜି ରେଖାଲଗୁଡା ଗ୍ରାମବାସୀ ଏକତ୍ରିତ ହୋଇ ରେଖାଲଗୁଡା ଛକର ତିନୋଟି ସ୍ଥାନର ରାସ୍ତା ଉପରେ ଗଛଡ଼ାଳ ପକାଇବା ସହ ହାଣ୍ଡି, ବାଲ୍ଟି, ଡେକଚି ଧରି ବସି ରହିଥିଲେ ।

ଏହି ଖବର ପାଇ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁତି ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରାସ୍ତା ଅବରୋଧ କରୁଥିବା ମହିଳା ପୁରୁଷ ମାନେ କନିଷ୍ଠ ଯନ୍ତ୍ରୀଙ୍କୁ ଘେରିଥିଲେ। ଥାନା ଏସ ଆଇ ସଞ୍ଜୟ କୁମାର ମୁର୍ମୁ ,ହାବିଲଦାର କାର୍ତ୍ତିକ ଶବର ,ବିଡ଼ିଓ ସୁନୀଲ ଖରା ,ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ପ୍ରମୁଖ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ଆଜି କିପରି ହେଲେ ପାଇପ ଲାଇନ ମରାମତି କରି ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ରାସ୍ତା ଅବରୋଧଙ୍କୁ ଉଠାଇଥିଲେ । ଯଦି ଆଜି ପାଣି ଯୋଗାଇ ନ ଦିଆଯିବ ତାହା ହେଲେ ଆଗାମୀ ଦିନରେ ପୁନର୍ବାର ରାସ୍ତା ଅବରୋଧ କରିବୁ ବୋଲି ସାଲା ହୁଈକା, ଆଦମା ହୁଈକା, ବନବାସୀ ହୁଈକା,ସିଙ୍ଗାରି ମାଣ୍ଡିକା, ସେନ୍ତା ମାଣ୍ଡିକା, ଅଞ୍ଜନି ହୁଈକା, ଅଞ୍ଜନା ହୁଈକା, ସୁନିଲ ହୁଈକା ପ୍ରମୁଖ କହିଛନ୍ତି । ସେହିପରି ମାଝୀଗୁଡା ପଞ୍ଚାୟତର ଶାନ୍ତିନଗରରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦେଖା ଦେଇଥିବା ଯୋଗୁଁ ଏହି ଠାରେ ମଧ୍ୟ ମହିଳା ମାନେ ହାଣ୍ଡିକୁଣ୍ଡି ଧରି ରାସ୍ତା ଅବରୋଧ କରିଥିଲେ। ଏହି ଠାରେ ବିଡ଼ିଓ ସୁନିଲ ଖରା ପହଞ୍ଚି ଆନ୍ଦୋଳନ କାରୀଙ୍କୁ ପ୍ରତିଶ୍ରୁତି ଦେଇ ରାସ୍ତାରୁ ହଟାଇବାକୁ କହିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories